ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ କୋଲର ପଞ୍ଚାୟତର ବନ୍ୟା ପୀଡିତଙ୍କୁ ରିଲିଫ୍ ବଣ୍ଟନ

Published: Sep 20, 2020, 2:41 pm IST

ରମେଶ ମହାନ୍ତି

ଜଗତସିଂହପୁର :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ବନ୍ୟା ପୀଡିତଙ୍କୁ ମହାଶକ୍ତି ଫାଉଣ୍ଡେସନ୍ (ସ୍ମାଟ୍ ପାୱାର ଇଣ୍ଡିଆ) ପକ୍ଷରୁ ଶନିବାର ଦିନ ରିଲିଫ୍ ବଣ୍ଟନ କରାଯାଇଛି। କୋଲର ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ ରାୟ ଓ ସମିତି ସଭ୍ୟ ରଞ୍ଜିତ ପାଲଙ୍କ ସହଯୋଗରେ ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ପାଖାପାଖି ଦୁଇଶହ ଲୋକଙ୍କୁ  ଶୁଖିଲା ରାସନ ସାମଗ୍ରୀ ଅଟା, ତେଲ, ସର୍ଫ,ଡିଆସିଲ୍,ସାବୁନ ଆଦି ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ମହାଶକ୍ତି ଫାଉଣ୍ଡେସନର ସିଇଓ ଯୁଗୋଳ କିଶୋର ପଟ୍ଟନାୟକ, ପ୍ରୋଜେକ୍ଟ ଡାଇରେକ୍ଟର ମୋହନ ବଳିଆର ସିଂହ,ପ୍ରୋଜେକ୍ଟ କୋଡିନେଟର ସ୍ମୃତି ରଂଜନ ଦାଶ ଓ ପ୍ରଶାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉକ୍ତ ପଞ୍ଚାୟତର ବନ୍ୟାପିଡିତଙ୍କୁ ଏହି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Related posts