Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋମ ଆଇସୋଲେସନ୍‌ ସତର୍କତା : ଜାଣନ୍ତୁ ହୋମ ଆଇସୋଲେସନ୍‌ରେ ରହି କିପରି ଚିକିତ୍ସିତ ହେବେ
ଆଜିର ଖବର

ହୋମ ଆଇସୋଲେସନ୍‌ ସତର୍କତା : ଜାଣନ୍ତୁ ହୋମ ଆଇସୋଲେସନ୍‌ରେ ରହି କିପରି ଚିକିତ୍ସିତ ହେବେ

September 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ହୋମ ଆଇସୋଲେସନ୍‌ ସଚେତନ କରିବା ପାଇଁ ସରକାର ସତର୍କତା ଜାରି କରିଛନ୍ତି । ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ସ୍ବତନ୍ତ୍ର ସଚିବ ଡା. ଅଜିତ୍‌ ମହାନ୍ତି ଏନେଇ ସୂଚନା କହିଛନ୍ତି । ହୋମ ଆଇସୋଲେସନ୍‌ରେ ରହି କିପରି ଚିକିତ୍ସିତ ହେବ ଜଣାଇଛନ୍ତି । ନିଜ ଅଭିଜ୍ଞତାରୁ କ’ଣ କଣ କରିବେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସଚିବ ।

ସଂକ୍ରମିତ ବ୍ୟକ୍ତି ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ୍‌ ବୋଲି ଜଣାଇଛନ୍ତି  ଡ. ମହାନ୍ତି । ସେହିପରି ଘରେ ଯଦି ଗର୍ଭବତୀ, ବୟସ୍କ ଓ ଛୋଟ ପିଲା ରହିଛନ୍ତି ତେବେ ସେମାନଙ୍କଠୁ ଦୂରରେ ରୁହନ୍ତୁ ଅଥବା ତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ସେହିପରି ସଂକ୍ରମିତ ବ୍ୟକ୍ତି ଦିନକୁ 2/3 ଥର ତାପମାତ୍ରା ମାପି ଏନେଇ ଧାର୍ଯ୍ୟ ନମ୍ବରରେ ଫୋନ୍‌ କରିବାକୁ ସୂଚନା ଦେଇଛନ୍ତି ଡା. ଅଜିତ୍‌ । ସରକାର ଦେଇଥିବା ଔଷଧ ସହ ଅଧିକ ପାଣି ପିଇବା ଜରୁରୀ ବୋଲି କହିଛନ୍ତି ଡା. ମହାନ୍ତି । ଏହି ଔଷଧର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି କହିଛନ୍ତି ଡା. ମହାନ୍ତି । ସେହିପରି ଯଦି ଗର୍ଭବତୀ ସଂକ୍ରମିତ ହୋଇଛନ୍ତି ,ତେବେ ସେ ଆଇସୋଲେସନ୍‌ରେ ନ ରହି ହସ୍ପିଟାଲ ଯିବା ଆବଶ୍ୟକ ।  ଯଦି ଜ୍ବରରେ ପାରାସିଟାମଲ୍‌ ଖାଇବା ଦ୍ବାରା ଦେହରେ ତାପମାତ୍ରା ନ କମୁଛି ତେବେ ତାହା କରୋନା ଲକ୍ଷଣ। ସେହିପରି ଅଣନିଃଶ୍ବାସୀ ଲାଗିବା, ସ୍ବାଦ ବାରି ନ ପାରିବା ଓ ଦେହ ହାତ ଘୋଳା ବିନ୍ଧା ହେବ କରୋନାର ଲକ୍ଷଣ । ଲକ୍ଷଣ ଆରମ୍ଭ ହେବାର 10 ଦିନ ପର୍ଯ୍ୟନ୍ତ ଅବଜରଭେସନ୍‌ରେ ରହିବା ଅତ୍ୟନ୍ତ ଜରୁରୀ ।

ଯଦି ବିନା ପାରାସିଟାମଲ୍‌ରେ ତିନି ଦିନ ଜ୍ବର ନ ହେଲା, ତା’ହେଲେ କ୍ବାରେଣ୍ଟାଇନ୍‌ ଶେଷ ହେବ । ସେହିପରି ଅବସ୍ଥା ଦେଖି ଛୋଟ ପିଲାମାନେ ମଧ୍ୟ  ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ । ଯେଉଁମାନଙ୍କର ଦୂରାରୋଗ୍ୟ ନାହିଁ ସେମାନେ ହୋମ୍‌ ଆଇସୋଲେସନ୍‌ରେ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କରୋନା ସତର୍କତା ହୋମ୍‌ ଆଇସୋଲେସନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.