Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନସଂରକ୍ଷଣ ସମିତି ଜଗୁଥିବା ସଂରକ୍ଷିତ ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ
ଆଜିର ଖବର

ବନସଂରକ୍ଷଣ ସମିତି ଜଗୁଥିବା ସଂରକ୍ଷିତ ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ

September 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ବନ ସଂରକ୍ଷଣ ସମିତି ରଖିଥବା ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଡଇଁଚା ଗ୍ରାମବାସୀ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଡଇଁଚା ଗ୍ରାମରେ ଗତ ଅପ୍ରେଲ ମାସ ଠାରୁ ଏକ ବନ ସଂରକ୍ଷଣ ସମିତି ଗଠନ କରାଯାଇ ନିକଟସ୍ଥ ବଡଝରଣ ସଂରକ୍ଷିତ ଜଙ୍ଗଲକୁ ଜଗି ଆସୁଛନ୍ତି। ଅନୁଗୋଳ ଅଂଚଳରୁ ଆସି ଡଇଁଚା ଗ୍ରାମ ନିକଟରେ ବସତି ସ୍ଥାପନ କରି ରହିଥିବା ହିନ୍ତରାଇ ଗ୍ରାମବାସୀ ସେ ଜଙ୍ଗଲକୁ ଡଇଁଚା ଗ୍ରାମବାସୀ ରଖିଥିବାରୁ ଆମ୍ଭ ଗ୍ରାମବାସୀ ଅସୁବିଧା ପାଉଛୁ ବୋଲି ଡିଏଫ୍‌ଓଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। ହିନ୍ତରାଇ ଗ୍ରାମବାସୀର କେତେଜଣ ବ୍ୟକ୍ତି ପ୍ରତିବର୍ଷ ସେଇ ଜଙ୍ଗଲକୁ କାଟି ବାହାର ଜିଲ୍ଲାକୁ ବେପାର କରିଆସୁଥିଲେ। ଡଇଁଚା ବନ ସଂରକ୍ଷଣ ସମିତି ଜଙ୍ଗଲକୁ ପ୍ରତ୍ୟେକ ଦିନ ଜଗି ଆସୁଥିବାରୁ ସେମାନେ ସେଇ ଜଙ୍ଗଲରୁ କାଠ ଆଣି ନ ପାରିବାରୁ ବର୍ତ୍ତମାନ ଡଇଁଚା ବନ ସଂରକ୍ଷଣ ସମିତି ବିରୁଦ୍ଧରେ ଆଭିଯୋଗ କରୁଛନ୍ତି।

ଡଇଁଚା ଗ୍ରାମ ରାଜାରାଜୁଡା ଅମଳର ଗ୍ରାମ ହୋଇଥିବା ବେଳେ ହିନ୍ତରାଇ ଗ୍ରାମବାସୀ ଅନୁଗୋଳ ଜିଲ୍ଲାରୁ ଆସି ଆମ ଜଙ୍ଗଲ ବୋଲି ଦାବୀ କରୁଛନ୍ତି। ଡଇଁଚା ଗ୍ରାମବାସୀ ଏହା ଆମ ଜଙ୍ଗଲ ବୋଲି ଦାବୀ କରିବା ସହ ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି। ଏହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ ଦେଖା ଦେଇଥିବା ଡଇଁଚା ବନସଂରକ୍ଷଣ ସମିତି ରେଢାଖୋଲ ଡିଏଫଓ ଙ୍କ ଠାରେ ଅଭିଯୋଗ କରିବା ସହ ହିନ୍ତରାଇ ଗ୍ରାମର ଜନୈକ ବ୍ୟକ୍ତି ଡଇଁଚା ଗ୍ରାମବାସୀ ମାନଙ୍କୁ ମିଡିଆ ସାମ୍ନାରେ ଅପପ୍ରଚାର କରୁଥିବା ଡଇଁଚା ଗ୍ରାମବାସୀ ରେଢାଖୋଲ ଥାନାରେ ଅଭିଯୋଗ କରିବା ସହ ରେଢାଖୋଲ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ଜଙ୍ଗଲ ବିଭାଗ କୌଣସି ସହଯୋଗ ନ କଲେ ଡଇଁଚା ଗ୍ରାମବାସୀ ରଖିଥିବା ବନସଂରକ୍ଷଣ ସମିତିର ସମସ୍ତ ସଭ୍ୟ ସ୍ୱେଚ୍ଛାକୃତ ଭାବରେ ସେଇ ଜଙ୍ଗଲକୁ ସୁରକ୍ଷା ଦିଗରେ ଲାଗିବେ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ରେଢାଖୋଲ ଡିଏଫ୍‌ଙ୍କ ଠାରେ ଡଇଁଚା ବନସଂରକ୍ଷଣ ସମିତିର ସମସ୍ତ ସଭ୍ୟ ଲିଖିତାକାରରେ ଜଣାଇଛନ୍ତି।

ଡଇଁଚା ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.