Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଚୁଣୀ ପଞ୍ଚାୟତର ମା ସର୍ବମଙ୍ଗଳା ମନ୍ଦିରରୁ ଚୋରି
ଆଜିର ଖବର

ନାଚୁଣୀ ପଞ୍ଚାୟତର ମା ସର୍ବମଙ୍ଗଳା ମନ୍ଦିରରୁ ଚୋରି

September 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଜୀବନଦେଇପୁର ଶାସନ ଗ୍ରାମର ମା ସର୍ବମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ଚାରି ଘଟିକାରେ ପ୍ରତିଦିନ ପରି ମନ୍ଦିର ସାମ୍ନାରେ ଥିବା ପୂଜା ଦୋକାନୀ ମନ୍ଦିରରେ ଦୀପ ଲଗେଇବାକୁ ଯାଇଥିଲେ । ସେହି ସମୟରେ ସେ ମନ୍ଦିର ଗେଟର ତାଲା ଓ  ହୁଣ୍ଡୀ ବାକ୍ସକୁ ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ସେହିପରି ମାଙ୍କ ଇମିଟେସନ୍ ଅଳଙ୍କାର ମଧ୍ୟ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଏହି ବିଷୟ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗୋପୀନାଥ ବେହେରା ଏବଂ ମୁଖ୍ୟ ପୂଜକ ଆଦିତ୍ୟ ନାରାୟଣ ଦାସଙ୍କୁ ଜଣାଇଥିଲେ।

ଏହାପରେ ସମସ୍ତେ ମନ୍ଦିରକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ଏବଂ ଗୋପୀନାଥ ବେହେରା ନାଚୁଣୀ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ମା’ଙ୍କର ବିଭିନ୍ନ ଅଳଙ୍କାର ସହ ରୂପାର ପାଉଁଜି ଏବଂ ହୁଣ୍ଡୀରୁ କିଛି ଟଙ୍କା ଚୋରି ହୋଇଥିବାର ଏତଲାରେ ଅଭିଯୋଗ ହୋଇଛି। ଏହାକୁ ଭିତ୍ତିକରି ବାଣପୁର ଥାନାରେ କେସ ନମ୍ବର ୩୦୨/୨୦ ରେ ଏକ ମାମଲା ରୁଜୁ ହେବା ସହ ବାଲୁଗାଁ ଏସଡ଼ିପିଓ ସୁରେଶ କୁମାର ଦାସଙ୍କ ସମେତ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରାଥମିକ ତଦନ୍ତରେ ପୋଲିସ ତିନି ଜଣଙ୍କୁ ଗତକାଲି ଅଟକ ରଖିଥିବାସ୍ଥଳେ କିଛି ସମୟ ପରେ ପଚରା ଉଚୁରା କରି ଛାଡିଦେଇଥିବା ଜଣାପଡିଛି। ଅପରପକ୍ଷରେ ବିଭିନ୍ନ ସ୍ଥାନରେ ପୋଲିସ ଦ୍ୱାରା ଚଢ଼ାଉ ହୋଇଥିବାସ୍ଥଳେ ସର୍ଚ୍ଚ ଅପେରସନ ଜାରି ରହିଛି ।  ହେଲେ ପୋଲିସ ବର୍ତ୍ତମାନ ଏହି କେସର ସମାଧାନ ଦିଗରେ ଖୁବ ନିକଟତର ଏବଂ  ଖୁବ ଶୀଘ୍ର ଏହି ଚୋରିର ପର୍ଦାଫାଶ ହୋଇ ଅଭିଯୁକ୍ତ ଧରା ପଡିବ ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।  ଅପରପକ୍ଷରେ ଏ ଖବର ପାଇ  ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ମା ସର୍ବମଙ୍ଗଳା ମନ୍ଦିରରେ  ପହଁଚି ଘଟଣା ଅନୁଧ୍ୟାନ କରିବା ସହ ମା’ଙ୍କ ନୀତିକାନ୍ତି ପାଇଁ ଦଶ ହଜାର ଟଙ୍କା ଦାନ କରିଥିବାର ସୂଚନା ଅଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନ ଉପକୂଳରେ ବୁଡ଼ିଗଲା ଭାରତୀୟ ଜାହାଜ?: ୧୪ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଆମେରିକୀୟ ନୌସେନା

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026

ପୁରୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

June 14, 2026

ଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ଥାନ ମହାଲଢେଇ: ପରିସଂଖ୍ୟାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 14, 2026
Latest News

ଓମାନ ଉପକୂଳରେ ବୁଡ଼ିଗଲା ଭାରତୀୟ ଜାହାଜ?: ୧୪ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଆମେରିକୀୟ ନୌସେନା

June 14, 2026

ଦିଦିଙ୍କ ହାତରୁ ଖସିବ କି ଟିଏମସି?: ଆସନ୍ତାକାଲି ପୃଥକ ଗୋଷ୍ଠୀ ଦାବି କରିବେ ବିଦ୍ରୋହୀ ସାଂସଦ

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026

ପୁରୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

June 14, 2026

ଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ଥାନ ମହାଲଢେଇ: ପରିସଂଖ୍ୟାନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.