
ଭୁବନେଶ୍ବର: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି। ସେଥିମଧ୍ୟରୁ ୭ ହଜାର ୮୯୯ ଟି ଆରଟିପିସିଆର ଟେଷ୍ଟ ହୋଇଥିବାବେଳେ ୩୭ ହଜାର ୬୪୯ଟି ଆଣ୍ଟିଜେନ୍ ଟେଷ୍ଟ ହୋଇଛି। ସେହିପରି ୧୨୮ଟି ଟ୍ରୁନୁଟ୍ ପରୀକ୍ଷା ହୋଇଛି।