Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୧୪୭ କରୋନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି। ଗତ ଦୁଇ ଦିନରେ କରୋନ ପରୀକ୍ଷା ହ୍ରାସ ପାଇଥିବା ବେଳେ ଆଜି କିନ୍ତୁ ତାହା ବୃଦ୍ଧି ପାଇ ୫୦ ହଜାର ଉପରେ ପହଞ୍ଚିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୧୪୭ କରୋନା ପରୀକ୍ଷା ହୋଇଥିବା ସୂଚନା ରହିଛି। ୫୦ ହଜାର ୧୪୭ କରୋନା ପରୀକ୍ଷା ମଧ୍ୟରୁ ୬ ହଜାର ୮୯୯ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୪୩ ହଜାର ୧୮୮ ଟି ଆଣ୍ଟିଜେନ ପରୀକ୍ଷା ଏବଂ ୬୦ ଟି ଟ୍ରୁନଟ ପରୀକ୍ଷା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଦିନକରେ ୫୩ ହଜାର ୫୩୪ କରୋନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ସ୍ଵାବ ନମୁନା ପରୀକ୍ଷା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ଦିନକରେ ୫୩ ହଜାର ୫୩୪ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ପରୀକ୍ଷା ୮ ହଜାର ୯୧୭ ଟି ହୋଇଥିବା ବେଳେ ଆଣ୍ଟିଜେନ ପରୀକ୍ଷା ୪୩ ହଜାର ୫୨୩ ଟି ଏବଂ ଟ୍ରୁନଟ ପରୀକ୍ଷା ୯୪ ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି। ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି।  ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି।  ସେଥିମଧ୍ୟରୁ ୭ ହଜାର ୮୯୯ ଟି ଆରଟିପିସିଆର ଟେଷ୍ଟ ହୋଇଥିବାବେଳେ ୩୭ ହଜାର ୬୪୯ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଛି। ସେହିପରି ୧୨୮ଟି ଟ୍ରୁନୁଟ୍‌ ପରୀକ୍ଷା ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଦୈନିକ ନମୁନା ପରୀକ୍ଷଣରେ ଅଭୂତପୂର୍ବ ବୃଦ୍ଧି, ଗତ ୨୪ ଘଣ୍ଟାରେ ୧୧.୭୦ ଲକ୍ଷରୁ ଅଧିକ ପରୀକ୍ଷା

ନୂଆଦିଲ୍ଲୀ, ଦିନକୁ ଅନୁନ୍ୟ ୧୦ ଲକ୍ଷ ନମୁନା ପରୀକ୍ଷଣର ଲକ୍ଷ୍ୟ ନେଇ ଗତ ୨ ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ଉନ୍ନତି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧.୭୦ ଲକ୍ଷ (୧୧,୭୨,୧୭୯) ନମୁନା ପରୀକ୍ଷଣ ହୋଇଛି ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪.୫ କୋଟି (୪,୫୫,୦୯,୩୮୦) ନମୁନା ପରୀକ୍ଷା ହୋଇସାରିଛି।

ଜାନୁଆରୀ ୩୦, ୨୦୨୦ ବେଳକୁ ଦେଶରେ ଦିନକୁ ମାତ୍ର ୧୦ଟି ନମୁନା ପରୀକ୍ଷା ହେଉଥିବା ବେଳେ ଆଜି ଏହା ୧୧ ଲକ୍ଷକୁ ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ଦୈନିକ ପରୀକ୍ଷା ଅନ୍ୟାନ୍ୟ ଦେଶ ତୁଳନାରେ ସବୁଠାରୁ ଆଗରେ ରହିଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ୟାପକ ପରୀକ୍ଷା ଯୋଗୁଁ ସଅଳ ରୋଗ ନିରୂପଣ, ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା କରାଯାଇପାରୁଥିବାରୁ ମୃତ୍ୟୁ ହାର ହ୍ରାସ ପାଇଛି।

କେବଳ ସେତିକି ନୁହେଁ, ଅଧିକ ନମୁନା ପରୀକ୍ଷା ଯୋଗୁଁ ପଜିଟିଭ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏପରି ବ୍ୟାପକ ପରୀକ୍ଷା ସମ୍ଭବ ହୋଇଛି। ୧୦୨୨ଟି ସରକାରୀ ଓ ୬୦୧ ଘରୋଇ ଏହିପରି ମୋଟ ୧୬୨୩ଟି ପରୀକ୍ଷାଗାରରେ ଦେଶବ୍ୟାପୀ ନମୁନା ପରୀକ୍ଷା କରାଯାଇ ପାରୁଛି।

Categories
ଆଜିର ଖବର ଜାତୀୟ ଖବର

ସମୁଦାୟ ୪.୩୩ କୋଟି ନମୁନା ମଧ୍ୟରୁ ଗତ ୨ ସପ୍ତାହ ମଧ୍ୟରେ ୧.୨୨ କୋଟିରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ, କେନ୍ଦ୍ରର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ସହ ତାଳ ଦେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବ୍ୟାପକ ନମୁନା ପରୀକ୍ଷା କରାଯାଉଛି । ଅଧିକ ପରୀକ୍ଷା ଯୋଗୁଁ ସଅଳ ସଂକ୍ରମଣ ନିରୂପଣ ସମ୍ଭବ ହେବା ସହ ଅଧିକରୁ ଅଧିକ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ରଣନୀତି ଯୋଗୁଁ ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା ୪.୩୦ କୋଟିରୁ ଅଧିକ (୪,୩୩,୨୪,୮୩୪) ହୋଇଥିବା ବେଳେ ଗତ ୨ ସପ୍ତାହ ମଧ୍ୟରେ ୧,୨୨,୬୬,୫୧୪ ନମୁନା ପରୀକ୍ଷା ହୋଇଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କ୍ରମାଗତ ଭାବେ ସେମାନଙ୍କ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି କରିଚାଲିଛନ୍ତି । ସବୁଠାରୁ ଆଗରେ ତାମିଲନାଡୁ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ରହିଥିବା ବେଳେ ମୋଟ ପରୀକ୍ଷାର ଶତକଡା ୩୪ ଭାଗ ଏହି ରାଜ୍ୟଗୁଡିକରେ ସଂଗଠିତ ହୋଇଛି । ଦେଶରେ ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟ ୧୦ ଲକ୍ଷ ଅତିକ୍ରମ କରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୬,୯୨୦ ନମୁନା ପରୀକ୍ଷା କରାଯାଇଛି। ସାପ୍ତାହିକ ହାରାହାରି ପରୀକ୍ଷା ମଧ୍ୟ ବୃଦ୍ଧି ପାଇଥିବା ବେଳେ ଜୁଲାଇ ପ୍ରଥମ ସପ୍ତାହ ତୁଳନାରେ ଏହାର ପରବର୍ତ୍ତୀ ସପ୍ତାହଗୁଡିକରେ ୪ ଗୁଣ ଅଧିକ ନମୁନା ପରୀକ୍ଷଣ କରାଯାଇଛି।

ଦେଶରେ ସଂକ୍ରମଣ ନିରୂପଣ ପାଇଁ ପରୀକ୍ଷାଗାରଗୁଡିକର ସଂଖ୍ୟା ଅଧିକ ହୋଇଥିବା ଦୃଷ୍ଟିରୁ ନିୟୁତ ପିଛା ପରୀକ୍ଷଣ ହାର ୩୧,୩୯୪କୁ ବୃଦ୍ଧି ପାଇଛି । ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ପରୀକ୍ଷଣ ଜାତୀୟ ହାରଠାରୁ ମଧ୍ୟ ଉର୍ଦ୍ଧ୍ଵରେ ରହିଛି । ଗୋଆ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଦୈନିକ ବହୁ ଅଧିକ ପରିମାଣରେ ନମୁନା ପରୀକ୍ଷଣ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ 50 ହଜାର ଟପିଲା କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି । 24 ଘଣ୍ଟାରେ 52 ହଜାର 795 କରୋନା ଟେଷ୍ଟ ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିମୁକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତମହାପାତ୍ର ।  ଆର୍‌ଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନୁଟ୍‌‌ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ଆର୍‌ଟିପିସିଆର୍‌ ଜରିଆରେ 10 ହଜାର 240ଟି ଟେଷ୍ଟ ହୋଇଥିବାବେଳେ ଆଣ୍ଟିଜେନ୍‌ରେ 42 ହଜାର 414ଟି ଓ ଟୁନଟ୍‌ ଜରିଆରେ 141ଟି କରୋନା ପରୀକ୍ଷା ହୋଇଛି  । ଆଗାମୀ ସମୟରେ ଏହି ଟେଷ୍ଟିଂ ଅଧିକ ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

୨୪ ଘଣ୍ଟାରେ ରାଜ୍ୟରେ ହୋଇଛି ସର୍ବାଧିକ କରୋନା ଟେଷ୍ଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ଟେଷ୍ଟ ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟୁନ୍‌ଟ ମାଧ୍ୟମରେ ଏହି ଟେଷ୍ଟ କରାଯାଇଛି। ସେହିପରି ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆରଟି-ପିସିଆର ମେସିନ(RT-PCR Machine) ସ୍ଥାପନ କରିବା ସହିତ ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ରହିଛି। ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତସ୍ତରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଟେଷ୍ଟ ନ କରିବାରୁ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କଲେ ସ୍ତ୍ରୀ : ପୋଲିସ୍‌ କଲା ଗିରଫ

ହରିୟାଣା : ହରିୟାଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ କରୋନା ଟେଷ୍ଟ ନ କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ସ୍ତ୍ରୀ ତାଙ୍କୁ ଏନେଇ ଜେଲ୍‌ ପଠେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପଞ୍ଜାବରୁ ହରିୟାଣା ଫେରିଥିବା ଜଣେ ଯୁବକ କରୋନା ଟେଷ୍ଟ ନ କରିଥିବାରୁ ତାଙ୍କ ସ୍ତ୍ରୀ ପୋଲିସ୍‌ରେ ଅଭିଯୋଗ କରି ତାଙ୍କ ସ୍ବାମୀଙ୍କୁ ଗିରଫ କରାଇଛନ୍ତି । ହରିୟାଣାର ହିସାରରେ ଏହି ଘଟଣା ଘଟିଛି ।  ଯୁବକ ଜଣକ ପଞ୍ଜାବରୁ ହରିୟାଣାର ହିସାରକୁ ଫେରିଥିଲେ । କିନ୍ତୁ କରୋନା ଟେଷ୍ଟ କରାଇନଥିଲେ । କରୋନା ଟେଷ୍ଟ ନ କରିବା ଅଭିଯୋଗ ସହିତ ଲକ୍‌ ଡାଉନ୍‌ ଉଲ୍ଲଂଘନ କରିବା ଅଭିଯୋଗ କରି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ପୋଲିସ୍‌ରେ ଧରାଇଛନ୍ତି ।

ତେବେ ଏହି ଘଟଣାକୁ ନେଇ ସ୍ତ୍ରୀ ଜଣକ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କୁ ହସ୍ପିଟାଲ୍‌ ଯାଇ କରୋନା ଟେଷ୍ଟ କରିବାକୁ କହିଥିଲେ । କିନ୍ତୁ ତାଙ୍କ ସ୍ବାମୀ ଏକଥା ନ ଶୁଣି ତାଙ୍କୁ ଧମକ ଚମକ ଦେଖାଇ ମାରପିଟ୍‌ କରିଥିଲେ ।  ଏହାକୁ ନେଇ ମହିଳା ଜଣକ ପୋଲିସ୍‌ରେ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।  ଘଟଣାର ତଦନ୍ତ କରି ପୋଲିସ୍‌ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଧାରା 188, 505, 506,323, 506  ଓ ଡିଜାଷ୍ଟର ମ୍ୟାନେଜମେଣ୍ଟର ଧାରା ଅନୁସାରେ ମୋକଦ୍ଦମା ରୁଜୁ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୭ ଦିନ ଭିତରେ ଭୁବନେଶ୍ବରରେ ପାଞ୍ଚ ହଜାର ଟେଷ୍ଟ କରାଯିବ: ଅସିତ୍‌ ତ୍ରିପାଠୀ

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ବର କରୋନାର ହଟସ୍ପଟ୍‌ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ୫ ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି। ସାତ ଦିନ ମଧ୍ୟରେ ଭୁବନେଶ୍ବରରେ ୫ ହଜାରର ଟେଷ୍ଟ ହେବ। ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍‌ ନିଆଯିବ। ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍‌ ନିଆଯିବ। ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ।  ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍‌, କର୍ମଚାରୀଙ୍କ ସାମ୍ପଲ୍‌ ଟେଷ୍ଟ ମଧ୍ୟ କରାଯିବା। ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବ। ଉଭୟ ସ୍ଥାୟୀ ଓ ଭ୍ରାମ୍ୟମାଣ୍ୟ କ୍ୟାମ୍ପ୍‌ କରି ସାମ୍ପଲ୍‌ ସଂଗ୍ରହ କରାଯିବ। ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ୭ ଟି ଲ୍ୟାବ୍‌ରେ କରୋନା ପରୀକ୍ଷା ହେବ।