୨୪ ଘଣ୍ଟାରେ ରାଜ୍ୟରେ ହୋଇଛି ସର୍ବାଧିକ କରୋନା ଟେଷ୍ଟ

Published: Aug 13, 2020, 10:59 am IST

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ଟେଷ୍ଟ ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟୁନ୍‌ଟ ମାଧ୍ୟମରେ ଏହି ଟେଷ୍ଟ କରାଯାଇଛି। ସେହିପରି ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆରଟି-ପିସିଆର ମେସିନ(RT-PCR Machine) ସ୍ଥାପନ କରିବା ସହିତ ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ରହିଛି। ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତସ୍ତରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ରହିଛି।

Related posts