ସମୁଦାୟ ୪.୩୩ କୋଟି ନମୁନା ମଧ୍ୟରୁ ଗତ ୨ ସପ୍ତାହ ମଧ୍ୟରେ ୧.୨୨ କୋଟିରୁ ଅଧିକ ନମୁନା ପରୀକ୍ଷା

Published: Sep 2, 2020, 6:41 am IST

ନୂଆଦିଲ୍ଲୀ, କେନ୍ଦ୍ରର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ସହ ତାଳ ଦେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ବ୍ୟାପକ ନମୁନା ପରୀକ୍ଷା କରାଯାଉଛି । ଅଧିକ ପରୀକ୍ଷା ଯୋଗୁଁ ସଅଳ ସଂକ୍ରମଣ ନିରୂପଣ ସମ୍ଭବ ହେବା ସହ ଅଧିକରୁ ଅଧିକ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ରଣନୀତି ଯୋଗୁଁ ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା ୪.୩୦ କୋଟିରୁ ଅଧିକ (୪,୩୩,୨୪,୮୩୪) ହୋଇଥିବା ବେଳେ ଗତ ୨ ସପ୍ତାହ ମଧ୍ୟରେ ୧,୨୨,୬୬,୫୧୪ ନମୁନା ପରୀକ୍ଷା ହୋଇଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କ୍ରମାଗତ ଭାବେ ସେମାନଙ୍କ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି କରିଚାଲିଛନ୍ତି । ସବୁଠାରୁ ଆଗରେ ତାମିଲନାଡୁ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ରହିଥିବା ବେଳେ ମୋଟ ପରୀକ୍ଷାର ଶତକଡା ୩୪ ଭାଗ ଏହି ରାଜ୍ୟଗୁଡିକରେ ସଂଗଠିତ ହୋଇଛି । ଦେଶରେ ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟ ୧୦ ଲକ୍ଷ ଅତିକ୍ରମ କରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୬,୯୨୦ ନମୁନା ପରୀକ୍ଷା କରାଯାଇଛି। ସାପ୍ତାହିକ ହାରାହାରି ପରୀକ୍ଷା ମଧ୍ୟ ବୃଦ୍ଧି ପାଇଥିବା ବେଳେ ଜୁଲାଇ ପ୍ରଥମ ସପ୍ତାହ ତୁଳନାରେ ଏହାର ପରବର୍ତ୍ତୀ ସପ୍ତାହଗୁଡିକରେ ୪ ଗୁଣ ଅଧିକ ନମୁନା ପରୀକ୍ଷଣ କରାଯାଇଛି।

ଦେଶରେ ସଂକ୍ରମଣ ନିରୂପଣ ପାଇଁ ପରୀକ୍ଷାଗାରଗୁଡିକର ସଂଖ୍ୟା ଅଧିକ ହୋଇଥିବା ଦୃଷ୍ଟିରୁ ନିୟୁତ ପିଛା ପରୀକ୍ଷଣ ହାର ୩୧,୩୯୪କୁ ବୃଦ୍ଧି ପାଇଛି । ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ପରୀକ୍ଷଣ ଜାତୀୟ ହାରଠାରୁ ମଧ୍ୟ ଉର୍ଦ୍ଧ୍ଵରେ ରହିଛି । ଗୋଆ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଦୈନିକ ବହୁ ଅଧିକ ପରିମାଣରେ ନମୁନା ପରୀକ୍ଷଣ କରାଯାଉଛି ।

Related posts