ନୂଆଦିଲ୍ଲୀ: ଦେଶରେ ଦିନକରେ ୭୫ ହଜାର ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୧୦୫୩ ଜଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪ କୁ ବୃଦ୍ଧି ହୋଇଛି। ତେବେ ଦେଶରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୭ ଥିବା ବେଳେ ସକ୍ରିୟ ମାମଲା ୯ ଲକ୍ଷ ୭୫ ହଜାର ୮୬୧ ରହିଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮ ହଜାର ୯୩୫ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।