କୁହୁଡି ବଘେଇ ସାହିରେ ଅଘଟଣ: କୂଅରେ ପଡି ନାବାଳିକା ମୃତ

Published: Sep 22, 2020, 2:06 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ଥାନା କୁହୁଡି ବଘେଇ ସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। କୂଅରେ ପଡି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ନାବାଳିକା ଜଣକ ପବି ଭୁଜବଳଙ୍କ ୯ ବର୍ଷର ଝିଅ ଶ୍ରାବଣୀ ଭୂଜବଳ ବୋଲି ଜଣା ପଡିଛି। ସେ ସ୍ଥାନୀୟ ବଘେଇ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ଅଧ୍ୟ୍ୟୟନ କରୁଥିଲେ।

ଆଜି ସକାଳେ ନାବାଳିକା ଜଣକ ନିଜ ବାଡି ପଟେ ଥିବା ଏକ କୂଅରେ ଏକ ଛୋଟ ବାଲଟି ସାହାଯ୍ୟରେ ପ‍ାଣି କାଢୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡିଥିଲା। ପରିବାର ଲୋକେ ନାଵାଳିକାକୁ ଗୁରୁତର ଅଵସ୍ଥାରେ କୂଅରୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ଏଠାରେ  ଶ୍ରାବଣୀଙ୍କୁ ମୃତ ଘୋଷଣା କରିଛନ୍ତି।

Related posts