
ଭୁବନେଶ୍ବର: କରୋନା ଯୋଗୁଁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଆଉ ୪ ଦିନ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ୨୧ ତାରିଖରୁ ନାମଲେଖା ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଶେଷ ହେବାକୁ ଥିଲା। କିନ୍ତୁ ତାହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିବିଏସଇ ଓ ଆଇସିଏସଇ ପିଲାଙ୍କ ଡିଜିଲକର ସାର୍ଟିଫିକେଟ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି। ଏହା ଛଡା ଏକ ମାସ ଭିତରେ ଅରିଜିନାଲ ସାର୍ଟିଫିକେଟ ଦେବାକୁ ଅଣ୍ଡରଟେକିଙ୍ଗ ରଖିବାକୁ ନିର୍ଦ୍ଦେଶ ରହିଛି। ନାମଲେଖା ସମୟରେ କୋଭିଡ଼ ନିୟମକୁ ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।