Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ: ଜାଣନ୍ତୁ ଏବେ କେତୋଟି କଲେଜରେ କରିପାରିବେ ଆବେଦନ

ଭୁବନେଶ୍ବର: ଯୁକ୍ତ୨ ନାମଲେଖା ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଥିବା ନାମଲେଖା କଟକଣାକୁ କୋହଳ କରାଯାଇଛି। ପୂର୍ବ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମ ଲେଖିବା ପାଇଁ କେବଳ ୧୦ ଟି କଲେଜରେ ଆବେଦନ କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନିୟମକୁ ହଟାଇଦିଆଯାଇଛି। ଚଳିତ ବର୍ଷ ଏଥିପାଇଁ କୌଣସି ସୀମା ରଖାଯାଇନାହିଁ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ୫ ଟି କଲେଜରେ ଆବେଦନ କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଏଥିସହ ଅନ୍‌ଲାଇନ୍‌ ଆବେଦନ ବେଳେ ଆବେଦନକାରୀମାନେ ହ୍ବାଟସ୍‌ଆପ୍‌ ନମ୍ବର ଦାଖଲ କରିବାକୁ କୁହାଯାଇଛି। ସ୍କୁଲରେ ପଢ଼ିବା ସମୟରେ ପିଲାଙ୍କୁ ଦିଆଯାଇଥିବା ୧୬ଟିକିଆ ୟୁନିକ୍‌ ଷ୍ଟୁଡେଣ୍ଟ ଆଇଡି ନମ୍ବରକୁ ଫର୍ମ ପୂରଣ ସମୟରେ ଦେବାକୁ ବାଧ୍ୟତାମୂଳକ ହୋଇଛି। ନାମଲେଖା ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ-ଫ୍ରି’ ନମ୍ବର ୧୫୫୩୩୫ ଓ ୧୮୦୦-୩୪୫-୬୭୭୦ ଜାରି ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ନାମ ଲେଖାରେ କୌଣସି ଅସୁବିଧା ହେବନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଯୁକ୍ତ ୨ ନାମ ଲେଖାରେ କୌଣସି ଅସୁବିଧା ହେବ ନାହିଁ। ଭଲ କଲେଜରେ ପଢିବା ସବୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ଥାଏ। ସେଥିପାଇଁ କଲେଜରେ ନାମଲେଖାରେ ଅସୁବିଧା ହୋଇପାରେ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରୁଛନ୍ତି। ତେଣୁ ଆବଶ୍ୟକ ପଡିଲେ କଲେଜରେ ସିଟ ସଂଖ୍ୟା ପଢାଯିବ। କଲେଜ ଆଧାରରେ ସିଟ ସଂଖ୍ୟାରେ ବୃଦ୍ଧି କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ତେବେ ଯୁକ୍ତ ୨ ପରୀକ୍ଷା ଫଳ ନେଇ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ୨ ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କଲା ସିଏଚଏସଇ: ଜାଣନ୍ତୁ କେବେ ଏବଂ କେମିତି ହେବ ମୂଲ୍ୟାୟନ

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି। ଅଗଷ୍ଟ ୨ ୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଘୋଷଣା ହେବ। ପରୀକ୍ଷା ଫଳ ମୂଲ୍ୟାୟନ ବ୍ୟବସ୍ଥା ଉପରେ ସିଏଚଏସଇ ଘୋଷଣା କରିଛି। ରେଗୁଲାର ପିଲାଙ୍କ ପାଇଁ ଦଶମ ପରିକ୍ଷା ଫଳ ଆଧାରରେ ମୂଲ୍ୟାୟନ ହେବ। ଏକ୍ସରେଗୁଲାର ପିଲାଙ୍କର ପୂର୍ବଥର ପରୀକ୍ଷାକୁ ନେଇ ମୂଲ୍ୟାୟନ ହେବ। ପୂର୍ବ ପରୀକ୍ଷାରେ ପାସ ନମ୍ବରକୁ ଦେଖି ମୂଲ୍ୟାୟନ ହେବ। ଯେଉଁମାନେ ଏହି ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେବେ, ସେମାନେ ସ୍ଥିତି ସୁଧୁରିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବଦଳିବ ଯୁକ୍ତ ଦୁଇ ପରୀକ୍ଷାର ଢାଞ୍ଚା: ବଢିଲା ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାର ପରିବର୍ତ୍ତନ ହୋଇଛି। ୨୦୧୬ ମସିହା ଠାରୁ ପଞ୍ଜୀକୃତ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ନୂତନ ଢାଞ୍ଚା ଲାଗୁ ହେବ। ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ସଂପୂର୍ଣ୍ଣ ୧୦୦ ନମ୍ବର ପ୍ରଶ୍ନର ଉତ୍ତର ଦେବେ। କିନ୍ତୁ ମଲ୍ଟିପୁଲ୍ ଚଏସ ୫୦ ନମ୍ବର ରହିବ, ୩୦ ନମ୍ବରର ସଂକ୍ଷିପ୍ତ ଉତ୍ତର ରହିବ ଏବ ୨୦ ନମ୍ବରର ଦୀର୍ଘ ମୂଳକ ପ୍ରଶ୍ନ ରହିବ।

ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ ପ୍ରଶ୍ନ ଲାଗି ଏକ ନମ୍ବର ଲେଖାଏଁ ରହିଥିବା ବେଳେ ସଂକ୍ଷିପ୍ତ ପ୍ରଶ୍ନ ୨ ନମ୍ବର ଲେଖାଏଁ  ଏବଂ ଦୀର୍ଘ ମୂଳକ ପ୍ରଶ୍ନର ଉତ୍ତର ୫ ନମ୍ବର ଲେଖାଏଁ ରହିବ। ତେବେ ପରୀକ୍ଷା ଫି’ ଏବଂ ଫର୍ମ ଫିଲଅପ ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଆଉ ୪ ଦିନକୁ ବୃଦ୍ଧି

ଭୁବନେଶ୍ବର: କରୋନା ଯୋଗୁଁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଆଉ ୪ ଦିନ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ୨୧ ତାରିଖରୁ ନାମଲେଖା ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଶେଷ ହେବାକୁ ଥିଲା। କିନ୍ତୁ ତାହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିବିଏସଇ ଓ ଆଇସିଏସଇ ପିଲାଙ୍କ ଡିଜିଲକର ସାର୍ଟିଫିକେଟ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି। ଏହା ଛଡା ଏକ ମାସ ଭିତରେ ଅରିଜିନାଲ ସାର୍ଟିଫିକେଟ ଦେବାକୁ ଅଣ୍ଡରଟେକିଙ୍ଗ ରଖିବାକୁ ନିର୍ଦ୍ଦେଶ ରହିଛି। ନାମଲେଖା ସମୟରେ କୋଭିଡ଼ ନିୟମକୁ ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।