ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୦୫୨ ଜଣ କରୋନା ଆକ୍ରାନ୍ତ

Published: Sep 23, 2020, 8:17 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୦୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୧୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସୁନ୍ଦରଗଡରୁ ୧୮୨, ପୁରୀରୁ ୧୮୧, ଜଗତସିଂହପୁର ୧୬୪, ଯାଜପୁରରୁ ୧୫୨, ଝାରସୁଗୁଡାରୁ ୧୫୦, ରାୟଗଡାରୁ ୧୪୬, ମୟୂରଭଞ୍ଜରୁ ୧୩୮, କେନ୍ଦ୍ରାପଡାରୁ ୧୨୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୧୨୬, ଅନୁଗୁଳରୁ ୧୨୨, ନୂଆପଡାରୁ ୧୨୧, ବାଲେଶ୍ବରରୁ ୧୧୧, ନବରଙ୍ଗପୁରରୁ ୧୦୧, ବରଗଡରୁ ୯୭, କୋରାପୁଟରୁ ୯୧, କେନ୍ଦୁଝରରୁ ୮୩, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୭୨, ଢେଙ୍କାନାଳରୁ ୭୧, ଭଦ୍ରକରୁ ୬୫, ଗଞ୍ଜାମରୁ ୫୫, ନୟାଗଡରୁ ୪୫, ବଲାଙ୍ଗିରିରୁ ୪୪, ମାଲକାନଗିରିରୁ ୩୬, ଦେବଗଡରୁ ୨୦, ବୌଦ୍ଧରୁ ୧୭, ଗଜପତିରୁ ୧୫ ଏବଂ ଷ୍ଟେଟ ପୁଲରୁ ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫ କୁ ବୃଦ୍ଧି ହୋଇଛି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ ଜଣ ଥିବାବେଳେ ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୪୯୪ ଜଣ ଏବଂ ୭୩୬ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Related posts