Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମୀକ୍ଷା ନିୟୁଜରେ ରାସନ କାର୍ଡ ମହାଦୁର୍ନୀତି ଖବର ପ୍ରସାରଣ ପରେ ଆକ୍ସନମୋଡ଼ରେ ଚିଲିକା ବ୍ଲକ ପ୍ରଶାସନ
ଆଜିର ଖବର

ସମୀକ୍ଷା ନିୟୁଜରେ ରାସନ କାର୍ଡ ମହାଦୁର୍ନୀତି ଖବର ପ୍ରସାରଣ ପରେ ଆକ୍ସନମୋଡ଼ରେ ଚିଲିକା ବ୍ଲକ ପ୍ରଶାସନ

September 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସମୀକ୍ଷା ନିୟୁଜରେ ଚିଲିକା ବ୍ଲକ ମାନସିଂହପୁର ପଞ୍ଚାୟତରେ ରାସନ କାର୍ଡ ମହାଦୁର୍ନୀତିର ଖବର ପ୍ରସାରଣ ହେବାପରେ ଚେଇଁ ଉଠିଛି ଚିଲିକା ବ୍ଲକ ପ୍ରଶାସନ। ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ଏ ବିଷୟ ନେଇ ସ୍ପଷ୍ଟିକରଣ ମାଗିଥିଲେ। ଯାହା ଫଳରେ ସମ୍ପୃକ୍ତ ଦୁଇ ମୃତକ ବ୍ୟକ୍ତିଙ୍କ ରାସନ କାର୍ଡ ବର୍ତ୍ତମାନ ପିଡ଼ିଏସ ଓଡିଶା ୱେବସାଇଟରୁ କାଟିଦେଇଥିବାର ଲିଖିତ ଭାବରେ ଉତ୍ତର ରଖିଛନ୍ତି ଯୋଗାଣ ନିରୀକ୍ଷକ।

ହେଲେ ଦୀର୍ଘ ଚାରିବର୍ଷ ଯାଏଁ କିପରି କାର୍ଡଗୁଡିକ କାର୍ଯ୍ୟକ୍ଷମ ଥିବା ପ୍ରଶ୍ନରେ ଅବହେଳା ଲାଗି ଏପରି ହୋଇଥିବାର ଯୋଗାଣ ନିରୀକ୍ଷକ ବି.ଡ଼ି.ଓଙ୍କୁ ଉତ୍ତର ଦେଇଛନ୍ତି। ବି.ଡ଼ି.ଓ ବର୍ତ୍ତମାନ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତର ମୃତ୍ୟୁ ରିପୋର୍ଟ ମଗାଇବା ସହ ସବୁ ପଞ୍ଚାୟତର ପି.ଇ.ଓ ଏବଂ ଯୋଗାଣ ସହାୟକମାନଙ୍କୁ ରାସନ କାର୍ଡ ଏବଂ ଖାଉଟି ସାମଗ୍ରୀ ବଣ୍ଟନର ରିପୋର୍ଟ ମାଗିବେ ବୋଲି ସୂଚନା ଦେଇଛନ୍ତି।

ଅପରପକ୍ଷେ ମାନସିଂହପୁର ପଞ୍ଚାୟତରେ ମୃତକଙ୍କ ରାସନ କାର୍ଡ କାର୍ଯ୍ୟକ୍ଷମ ଥିବା ଘଟଣାର ତଦନ୍ତ ଆଗକୁ ଅବ୍ୟାହତ ରହିବ ଏବଂ ଯଦି ସେଥିରେ କିଛି ଦୁର୍ନୀତି ହୋଇଥାଏ ତେବେ ଦୋଷୀଙ୍କ ଉପରେ ନିଶ୍ଚିତ ରୂପେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି.ଡ଼ି.ଓ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାପାଳ ମହୋଦୟଙ୍କୁ ଆମ ପ୍ରତିନିଧି ଏ ବିଷୟ ନେଇ ଅବଗତ କରାଇବାପରେ ସେ ଉକ୍ତ ଘଟଣାର ତଦନ୍ତ ଭାର ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ସୂଚନା ଦେଇଛନ୍ତି।

ଚିଲିକା ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026
Latest News

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.