Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାକୁ ମହିଳା ମୋର୍ଚ୍ଚାର ପଦକ୍ଷେପ
ଆଜିର ଖବର

ଓଡ଼ିଶାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାକୁ ମହିଳା ମୋର୍ଚ୍ଚାର ପଦକ୍ଷେପ

September 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାକୁ ମହିଳା ମୋର୍ଚ୍ଚାର ପଦକ୍ଷେପ

ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସାରା ଓଡ଼ିଶାର  ସୁକନ୍ୟା ସମୃଦ୍ଧି ଯୋଜନା ଅଭିଯାନ ଆରମ୍ଭ କରିଛି। ମହିଳା ମୋର୍ଚ୍ଚା ତରଫରୁ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଯୋଜନା ଦ୍ୱାରା ଓଡ଼ିଶାର ଦଳିତ ନିଷ୍ପେସିତ ତଥା ଅବହେଳିତ ଶିଶୁକନ୍ୟା ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆଜି ଭୁବନେଶ୍ୱର ୟୁନିଟ -୪ ମଙ୍ଗଳା ବସ୍ତିରେ ୧୦ ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସାମିଲ କରାଯାଇଛି। ଏଥି ସହ ସୁକନ୍ୟା ସମୃଦ୍ଧି ଯୋଜନାର ସୁଫଳ ବିଷୟରେ ମହିଳା ମୋର୍ଚ୍ଚାର କାର‌୍ୟ୍ୟକର୍ତ୍ତା ମାନେ ବସ୍ତିବାସିନ୍ଦାଙ୍କୁ ଅବଗତ କରାଇଥିଲେ। ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ ବୟସ୍କ ଝିଅପିଲାମାନଙ୍କ ଭବିଷ୍ୟତ ,ଉଚ୍ଚଶିକ୍ଷା ଏବଂ ବିବାହ ପାଇଁ ଆବଶ୍ୟକୀୟ ଅର୍ଥରାଶିକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ଅର୍ଥ ସଂଚୟ କରିବାର ଏକ ବ୍ୟବସ୍ଥା।

ବର୍ଷକୁ ୨୫୦ ଟଙ୍କାରୁ ସର୍ବାଧିକ ୧୫୦୦୦୦ ତାଙ୍କ ଯାଏ କୌଣସି ପୋଷ୍ଟ ଅଫିସ କିମ୍ବା ଅଧିକୃତ ବ୍ୟାଙ୍କରେ ଟଙ୍କା ଜମାରାଶି ଶିଶୁକନ୍ୟାଙ୍କ ଭବିଷ୍ୟତ ସୁରକ୍ଷିତ ରଖିହେବ।ଏହି ଯୋଜନାରେ ଝିଅର ୧୮ ବର୍ଷ ପରେ ତାର ଉଚ୍ଚ ଶିକ୍ଷା ପାଇଁ ସଂଚୟ ପରିମାଣର ୫୦ ପ୍ରତିଶତ ବ୍ୟବହାର କରିବାର ବ୍ୟବସ୍ଥା ଥିଲାବେଳେ ୨୧ ବର୍ଷ ବୟସ ପରେ ତାର ବିବାହ ପାଇଁ ବଳକା ସଂଚୟ ଟଙ୍କା ବ୍ୟବହାର କରିପାରିବ।ଏହି ଯୋଜନା ମାଧ୍ୟମରେ ବିଶେଷ କରି ସ୍ୱଚ୍ଛ ଓ ମଧ୍ୟ ଆୟ ବର୍ଗ ଏବଂ ଗରିବ ପିତାମାତା ମାନେ ବହୁ ଉପକୃତ ହୋଇପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମିରଂଜନ ପ୍ରଧାନ ,ରାଜ୍ୟ ମହିଳା ମୋର୍ଚ୍ଚାର କସ୍ତୁରୀ ମିଶ୍ର ,ଶଶିପ୍ରଭା ରଥ କବିତା ଲେଙ୍କାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

odishabjp ସୁକନ୍ୟା ସମୃଦ୍ଧି ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.