ଆସନ୍ତା ଚାରି ଦିନ ପାଇଁ ବନ୍ଦ ରହିବ ଭିସୁଟ୍‌

Published: Sep 26, 2020, 11:03 am IST

ସମ୍ବଲପୁର: ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟକୁ ଚାରି ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ତେବେ ଆଜି ଠାରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ ଭିସୁଟ୍। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଫଳରେ ବନ୍ଦ ଘୋଷଣା କରିଛନ୍ତି କୁଳପତି । ଏହି ବନ୍ଦ ସମୟରେ ଭିସୁଟ୍ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି କୁଳପତି କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

Related posts