Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାହିଁ ନାହିଁ ରେ ଚାଲିଛି ବାଣପୁର ବ୍ଲକ : ଖାଲିପଡିଛି ୬୪ ରୁ ୨୩ ଟି ପଦ
ଆଜିର ଖବର

ନାହିଁ ନାହିଁ ରେ ଚାଲିଛି ବାଣପୁର ବ୍ଲକ : ଖାଲିପଡିଛି ୬୪ ରୁ ୨୩ ଟି ପଦ

September 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର :  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଦେଖାଦେଇଛି ସରକାରୀ କର୍ମଚାରୀଙ୍କ ଘୋର ଅଭାବ । ବ୍ଲକ କାର୍ଯ୍ୟାଳୟରେ ବହୁ ବିଭାଗୀୟ ପଦବୀଗୁଡ଼ିକ  ଖାଲିପଡିଥିବା ବେଳେ କେତେଗୋଟି ବିଭାଗରେ ଭାରପ୍ରାପ୍ତ ଅଧିକାରୀ ମାନେ କାମ ଚଳାଉଛନ୍ତି।ଯାହାଫଳରେ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଅପରପକ୍ଷରେ  ବ୍ଲକରେ ଉନ୍ନୟନ କାର୍ଯ୍ୟ ମଧ୍ୟ ଶିଥିଳ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ବାଣପୁର ବ୍ଲକରେ ବି.ଡ଼ି.ଓ ଙ୍କୁ ମିଶାଇ ସମୁଦାୟ  ୨୩ ଗୋଟି ବିଭାଗରେ ୬୪ ଜଣ  ଅଧିକାରୀଙ୍କ ପଦବୀ  ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ହୋଇଥିବାସ୍ଥଳେ ବର୍ତମାନ ବ୍ଲକରେ ମାତ୍ର ୪୧ ଜଣ ଅଧିକାରୀ ବ୍ଲକ ର  ବିଭିନ୍ନ ବିଭାଗ ରେ କାର୍ଯ୍ୟକରୁଛନ୍ତି  ଏବଂ ୨୩ ଗୋଟି କର୍ମଚାରୀଙ୍କ ପଦବୀ ଖାଲିପଡ଼ିଛି ଯାହା ବ୍ଲକ ର ମଞ୍ଜୁରୀପ୍ରାପ୍ତ ପଦଵୀ ର ପାଖାପାଖି ୪୦ ପ୍ରତିଶତ ହେବ । ତେବେ ବ୍ଲକରେ ଖାଲି ପଡିଥିବା ବିଭିନ୍ନ ପଦବୀଗୁଡିକ ନିମ୍ନରେ ପ୍ରଦତ୍ତ।

ଖାଲି ପଡିଥିବା ପଦବୀ ସଂଖ୍ୟା, ଜାଣନ୍ତୁ କେଉଁ ବିଭାଗରେ କେତୋଟି ପୋଷ୍ଟ ଖାଲି ରହିଛି :

ହିସାବ ଅଧିକାରୀ- ୧

ସହକାରୀ ନିର୍ବାହୀ ଯନ୍ତ୍ରୀ -୧

କନିଷ୍ଠ ଯନ୍ତ୍ରୀ – ୧ ପୋଷ୍ଟ ( ୫ ଟି ପୋଷ୍ଟ ରୁ  )

ସେକ୍ସନ ଅଧିକାରୀ -୧ ପୋଷ୍ଟ

ଏସ. ଆର. ଏ – ୧ ପୋଷ୍ଟ (୨ ଟି ପୋଷ୍ଟ  ରୁ)

ଜେ.ଆର. ଏ – ୧ ପୋଷ୍ଟ

ଡବ୍ଲୁ.ଇ.ଓ – ୧ ପୋଷ୍ଟ

ଜି.ପି.ଇ.ଓ – ୧ ପୋଷ୍ଟ

ଯୋଗାଣ ନିରୀକ୍ଷକ – ୧ ପୋଷ୍ଟ

ପି.ଇ.ଓ – ୯ ଟି ପୋଷ୍ଟ (୧୭ ଟି ପୋଷ୍ଟ ରୁ)

ଜି.ଆର.ଏସ – ୨ ଟି ପୋଷ୍ଟ  (୧୭ ଟି ପୋଷ୍ଟ ରୁ)

ପିଅନ – ୩ ଗୋଟି (୫ ଟି ପୋଷ୍ଟ ରୁ)

ତେବେ ଉକ୍ତ ଖାଲି ଥିବା ପଦବୀମଧ୍ୟରେ ତିନି ଗୋଟି ପଦବୀ ଯଥା ସହକାରୀ ନିର୍ବାହୀ ଯନ୍ତ୍ରୀ, ସେକ୍ସନ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟ ଡେପୁଟେସନ ରେ ଆସିଥିବା ଭାରପ୍ରାପ୍ତ ଅଧିକାରୀ ମାନେ କରୁଥିବାବେଳେ ସହକାରୀ ଯନ୍ତ୍ରୀ ଏବଂ ବି.ଏସ.ଏସ.ଓ ଙ୍କ ନିକଟରେ  ଟ୍ରାନ୍ସଫର ହୋଇଯାଇଛି l ବାଣପୁର ବ୍ଲକ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ରୂପେ ପରିଗଣିତ ହେଉଥିବାବେଳେ ଏହା ଅଧୀନରେ ସତର ଗୋଟି ପଞ୍ଚାୟତ ଅଛି ଯାହାର ଜନସଂଖ୍ୟା ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ହେବ । ଯେହେତୁ ବ୍ଲକର ବହୁ ଗୁରୁତ୍ୱପୂର୍ଣ ପଦବୀଗୁଡ଼ିକ ଖାଲି ପଡ଼ିଛି ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିଭିନ୍ନ ଜନମଙ୍ଗଳକାରି  ଯୋଜନା ଗୁଡିକର ସଫଳ ରୂପାୟନ ହେବାକୁ ଅହେତୁକ ବିଳମ୍ବ ହେଉଛି ଏବଂ ବ୍ଲକ ର ଉନ୍ନୟନମୂଳକ କାର୍ଯ୍ୟ ଏକପ୍ରକାର ଠପ ହେଉଯାଉଛି ଫଳରେ ଜନଅସନ୍ତୋଷ ବଢୁଛି ।

ତେବେ ଏ ବିଷୟ  ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ  ଶ୍ରୀ ଦିଗନ୍ତ ରାଉତରାୟ ଙ୍କୁ ପଚାରିବାରୁ ସେ ଏହି ସମସ୍ୟା ବିଷୟରେ ଅବଗତ ଅଛନ୍ତି ଏବଂ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ  ଜିଲ୍ଲାର ସମସ୍ତ  ବି.ଡ଼ି.ଓ ମାନଙ୍କୁ ସେମାନଙ୍କ ବ୍ଲକ ପାଇଁ ମଞ୍ଜୁରୀ ହୋଇଥିବା କର୍ମଚାରୀ ଙ୍କ ସଂଖ୍ୟା ଏବଂ ବର୍ତ୍ତମାନ ଖାଲି ପଡ଼ିଥିବା କର୍ମଚାରୀ ଙ୍କ ସଂଖ୍ୟାର ବିସ୍ତୃତ ରିପୋର୍ଟ ମଗେଇଥିବାର ସୂଚନା ଦେଇଛନ୍ତି । ହେଲେ ବାଣପୁର ବ୍ଲକ ବି.ଡ଼ି.ଓ ଗତକାଲିଠାରୁ ରିପୋର୍ଟ ପଠେଇଦେଇଥିବାସ୍ଥଳେ  ଅନ୍ୟ ବ୍ଲକର ରିପୋର୍ଟ ଆସିଲାପରେ ଆବଶ୍ୟକତା ସଂଖ୍ୟା ଅନୁଯାୟୀ ଜିଲ୍ଲାରେ ବିଭିନ୍ନ ବିଭାଗ ପାଈଁ  ଉପଲବ୍ଧ ଥିବା ଅଧିକାରୀଙ୍କୁ ବିଭିନ୍ନ ବ୍ଲକ ରେ ନିଯୁକ୍ତି ଦିଆଯିବ ଏବଂ ଯଦି କେଉଁ ବିଭାଗରେ ବିଭିନ୍ନ ବ୍ଲକରେ ନିଯୁକ୍ତି ଦେବା ପାଇଁ  ଜିଲ୍ଲାରେ ଉପଲବ୍ଧ ଥିବା ଅଧିକାରୀ କମ ପଡନ୍ତି ତେବେ ଜିଲ୍ଲାପାଳ ସିଧାସଳଖ ସମ୍ପୃକ୍ତ ବିଭାଗକୁ ବିଭିନ୍ନ ବ୍ଲକ ରେ ଅଧିକାରୀ ମାନଙ୍କୁ ନିଯୁକ୍ତି କରିବା ପାଇଁ ପତ୍ର ଲେଖିବେ ବୋଲି ଶ୍ରୀ ରାଉତ କହିଛନ୍ତି । ହେଲେ ପ୍ରାଥମିକତା ଦୃଷ୍ଟିରୁ ଆସନ୍ତା  ଦୁଇ ଦିନ ମଧ୍ୟରେ ବାଣପୁର ବ୍ଲକରେ ନୂତନ ଯୋଗାଣ ନିରୀକ୍ଷକ ଯୋଗଦେବେ ବୋଲି ଜଣାପଡିଛି ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026
Latest News

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.