ଅକ୍ଟୋବରରୁ ଖୋଲିବ ସମସ୍ତ ପର୍ଯ୍ୟଟନ ସ୍ଥଳୀ

Published: Sep 27, 2020, 10:50 am IST

ଭୁବନେଶ୍ବର : ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବ । ଆଜି ବିଶ୍ବ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । କୋଭିଡ୍‌ କଟକଣା ଭିତରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ସୂଚନା ରହିଛି ।

କରୋନା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ଅକ୍ଟୋବର ମାସରୁ ରାଜ୍ୟରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବା ନେଇ ଯୋଜନା କରାଯାଇଛି । ତେବେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତ୍ତି ନେବେ ବୋଲି ଜଣାଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।

କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖାଯାଇଥିଲା । ପୂର୍ବରୁ କେନ୍ଦ୍ର ସରକାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ । ସେପ୍ଟେମ୍ବର 1 ତାରିଖରୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲାଯାଇଛି ।

Related posts