ଭୋଜି କରିବାକୁ ଯାଇ ଟିକିରା ନଦୀରେ ଗାଧୋଉଥିବା ବେଳେ ଯୁବକ ନିଖୋଜ

Published: Sep 27, 2020, 8:57 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଥାନା ବାଟଗାଁ ପଂଚାୟତ କେଲୋବେନି ଗ୍ରାମର ଜନୈକ ଯୁବକ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ପାଣିରେ ବୁଡିବା ଭଳି ଘଟଣା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମର ଧନୁ ଧଳଙ୍କ ପୁତ୍ର ଅମିତ ଧଳ(୨୧) ଦୁଇଜଣ ସାଙ୍ଗମାନଙ୍କ ସହ ନିକଟସ୍ଥ ଟିକିରା ନଦୀକୁଳକୁ ଭୋଜିକରିବାକୁ ଯାଇଥିଲେ। ଭୋଜିଭାତ ରାନ୍ଧିସାରିବା ପରେ ଦୁଇଜଣ ସାଙ୍ଗ ସହ ଟିକିରା ନଦୀରେ ଗାଧୋଇବାକୁ ଯାଇ ସେ ନିଖୋଜ ହୋଇଯାଇଥିବା ଜଣା ପଡିଛି।
ପରିବାର ଲୋକେ ଓ ଗ୍ରାମବାସୀ ବହୁସମୟ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଅମିତକୁ ପାଇ ନ ଥିଲେ। ନାକଟିଦେଉଳ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳକୁ ଯାଇ ସଂଧ୍ୟା ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ପାଇ ନ ଥିଲେ। ରାତି ହୋଇଯିବାରୁ ଟିକିରା ନଦୀରେ ଖୋଜିବା ସଂଭବ ନ ହେବାରୁ ଦମକଳ ବାହିନୀ ଫେରିଆସିଥିଲା। ଆସନ୍ତା କାଲି ପୁଣି ନିଖୋଜ ଯୁବକକୁ ଗ୍ରାମବାସୀ ଓ ଦମକଳ ବାହିନୀ ଖୋଜିବେ ବୋଲି ଜଣା ପଡିଛି।

Related posts