କୁହୁଡି ଫାଣ୍ଡି ନିକଟରେ ବାଇକ ଦୁର୍ଘଟଣା: ବାଇକ ଚାଳକ ଗୁରୁତର

Published: Sep 27, 2020, 10:08 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।

କୁହୁଡି ଫାଣ୍ଡି ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୭.୧୫ ଘଟିକାରେ କୁହୁଡି ପଞ୍ଚାୟତ ଅନ୍ତର୍ଗତ ଦୀନବନ୍ଧୁପୁର ଗ୍ରାମର ଦଣ୍ଡ ପାତ୍ର(୨୩) ନିଜ ବାଇକରେ କୁହୁଡି ଅଭିମୁଖେ ଯାଉଥିବାବେଳେ କୁହୁଡି ବଜାର ଛକରେ ଏକ ହମ୍ପସକୁ ଦେଖିବାରୁ ସଡନ ବ୍ରେକ ମାରିଦେଇଥିଲେ ଯାହାଫଳରେ ସେ ଭାରସାମ୍ୟ ହରାଇ ବାଇକରୁ ତଳେ ପଡିଯାଇଥିଲେ। ତାଙ୍କ ମସ୍ତିଷ୍କ ଏବଂ ଶରୀରର ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ଖବର ପାଇ ସଙ୍ଗେ ସଙ୍ଗେ କୁହୁଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ଆହତ ପାତ୍ରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।

Related posts