
ଭୁବନେଶ୍ବର, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତାର ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ନେଇ ବିଜେଡି ତରଫରୁ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି। ସେ ପୂର୍ବରୁ ଥିବା ସାଧାରଣ ସଂପାଦକ ଛାତ୍ର ବ୍ୟାପାରରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି। ବ୍ୟୋମକେଶ ବର୍ତ୍ତମାନ ଚାନ୍ଦବାଲିର ବିଧାୟକ ଅଛନ୍ତି। ଯୁବ ବିଧାୟକ ଭାବେ ସେ ଦଳ ଭିତରେ ବେଶ୍ ଜଣାଶୁଣା। ତାଙ୍କର ସଂଗଠନ ଦକ୍ଷତା ଥିବାରୁ ନବୀନ ତାଙ୍କୁ ଏହି ପଦରେ ନିଯୁକ୍ତି କରିଛନ୍ତି।