ଅକ୍ଟୋବର 1 ତାରିଖରୁ ଓଡିଶାର ଇକୋ ପର୍ଯ୍ୟଟନ ଖୋଲିବା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

Published: Sep 28, 2020, 4:11 pm IST

ଭୁବନଶ୍ବର, ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଇକୋ ପର୍ଯ୍ୟଟନ କ୍ଷେତ୍ର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ଥିବା 42 ଟି ସବୁଜ ପର୍ଯ୍ୟଟନରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। କରୋନା ପାଇଁ ଦୀର୍ଘ ସାତ ମାସ ଧରି ଏହି ପର୍ଯ୍ୟଟନ ସ୍ଥଳ ଗୁଡିକ ବନ୍ଦ କରିଦିଆଯାଇ ଥିଲା। ଏବେ ସରକାର ଅନୁମତି ଦେବା ପରେ ଏହି ସ୍ଥଳଗୁଡିକ ଚଳଚଞ୍ଚଳ ହୋଇ ଉଠିଛି।

ଏହି ସବୁଜ ପର୍ଯ୍ୟଟନ ଉପରେ ପ୍ରାୟ ଛଅଶହ ଜଙ୍ଗଲ ଅଞ୍ଚଳର ବାସିନ୍ଧା ବେଶ ଉପକୃତ ହୋଇପାରୁଥିଲା। ହିସାବ ଅନୁସାରେ ଗତ 2015-16 ମସିହାରେ ଏହି ପର୍ଯ୍ୟଟନରୁ ପ୍ରାୟ 47 ଲକ୍ଷ ଆୟ ହୋଇଥିବା ବେଳେ 2019-20ରେ ଏହା 6 କୋଟି 85 ଲକ୍ଷକୁ ବୃଦ୍ଧି ପାଇଥିଲା।

Related posts