ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୧୪ ଜଣ କରୋନା ଆକ୍ରାନ୍ତ

Published: Sep 28, 2020, 8:27 pm IST

ଭୁବନେଶ୍ଵର: ଆଜି ରାଜ୍ୟରେ ୪୦୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୦୪ ଜଣ, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଞ୍ଜରୁ ୧୫୯, ସମ୍ବଲପୁରରୁ ୧୫୭, ଅନୁଗୁଳରୁ ୧୪୩, ବାଲେଶ୍ବରରୁ ୧୩୧, କନ୍ଧମାଳରୁ ୧୩୦, ଝାରସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡରୁ ୧୧୩, ବୌଦ୍ଧରୁ ୧୧୩, କଳାହାଣ୍ଡିରୁ ୯୦, ଢେଙ୍କାନାଳରୁ ୮୬, ନବରଙ୍ଗପୁରରୁ ୮୬, କୋରାପୁଟରୁ ୮୧, ନୂଆପଡାରୁ ୮୦, ସୋନପୁରରୁ ୭୮, ବଲାଙ୍ଗିରିରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୩, ସୁନ୍ଦରଗଡରୁ ୬୮, ମାଲକାନଗିରିରୁ ୫୩, ନୟାଗଡରୁ ୪୨, ଗଞ୍ଜାମରୁ ୪୧, ରାୟଗଡାରୁ ୪୧, ଗଜପତିରୁ ୩୧, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୧୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯ ଜଣ ଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୩୪ ହଜାର ୧୫୮ ଜଣ ଏବଂ ୮୧୩ ଜଣଙ୍କ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts