
ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାର ପ୍ରଭାବ ଆଜିଠାରୁ ଅନୁଭୂତ ହେବ। ଫଳରେ ଓଡିଶାରେ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି।
ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କନ୍ଧମାଳ, କେଉଁଝର, ମୟୁରଭଂଜ ଏବଂ କୋରାପୁଟ। ତେବେ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ।
ଏସବୁ ଦୃଷ୍ଟିରେ ରଖି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।