ଆଜିର ବିଧାନସଭା, କରୋନା ମୁକାବିଲାରେ ସରକାର ବିଫଳ ମୁଲତବି ପ୍ରସ୍ତାବ ଆଣିଲେ ବିରୋଧ

Published: Sep 30, 2020, 12:17 pm IST

ଭୁବନେଶ୍ବର, ଆଜି ବିଧାନସଭାର ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ ସ୍ବଭାବିକ ଭାବେ ଚାଲିଛି। ହେଲେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ପ୍ରଶ୍ନକାଳ ଉଠାଇବା ନେଇ ହୋହାଲ୍ଲା କରିଥିଲେ। ହେଲେ ପରବର୍ତ୍ତି ସମୟରେ ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିଛି। ଆଜି ଗୃହରେ ବିରୋଧୀ ଦଳ କରୋନା ମୁକାବିଲାରେ ସରକାର ବିଫଳ ଶିର୍ଷକ ମୁଲତବି ପ୍ରସ୍ତାବ ଆଣିଛନ୍ତି। ଏହାକୁ ବାଚସ୍ପତି ମଧ୍ୟ ଗ୍ରହଣ କରିଛନ୍ତି। ଆଜି ଏ ନେଇ ଏହାର ଉତ୍ତର ରଖିବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।

Related posts