Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାଉଣ୍ଡ ଜିରୋ ରିପୋର୍ଟ: ନାକଟିଦେଉଳ ବ୍ଲକ୍‌ର ପାହାଡତଳୀ ଗାଁ କୁନ୍ଦେଇଜୋରୀ ବିକାଶ ଠାରୁ ବହୁଦୂରରେ
ଆଜିର ଖବର

ଗ୍ରାଉଣ୍ଡ ଜିରୋ ରିପୋର୍ଟ: ନାକଟିଦେଉଳ ବ୍ଲକ୍‌ର ପାହାଡତଳୀ ଗାଁ କୁନ୍ଦେଇଜୋରୀ ବିକାଶ ଠାରୁ ବହୁଦୂରରେ

September 30, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଆଦିବାସୀ ଓ ହରିଜନମାନଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେବଳ କାଗଜ କଲମରେ ସୀମିତ ରହିଛି ଏହି ଯୋଜନା। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ସାଲେଭଟା ଗ୍ରାମପଂଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁନ୍ଦେଇଜୋରୀ। ଏହି ଗାଁରେ କେବଳ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକ ବାସ କରନ୍ତି। ସରକାରଙ୍କ ଯୋଜନା ଏହି ଗାଁରେ ଠିକ୍ ଭାବରେ ପହଂଚି ପାରିନି। ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଂଚିତ ଏହି ଗାଁଟି। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଆଦି ମୌଳିକ ସୁବିଧା ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପହଂଚି ପାରିନି। ଇଂରେଜ ସରକାରଙ୍କ ଶାସନ କାଳରୁ ହିଁ ଏହି ଗାଁରେ ରାଜସ୍ୱ ଗ୍ରାମ ଭାବରେ ମାନ୍ୟତା ପାଇଛି।

କୁନ୍ଦେଇଜୋରୀ ଗାଁ ପଂଚାୟତ ସଦର ମହକୁମା ସାଲେଭଟାଠାରୁ ୧୫ କିମି ଦୂର। ଏହି ଗାଁକୁ ସବୁଦିନିଆ ରାସ୍ତା ନାହିଁ। ପଂଚାୟତ ସଦର ମହୁକୁମା ଠାରୁ ଗାଁକୁ ଯେଉଁ ପାଦଚଲା ମାଟି ରାସ୍ତା ଅଛି ହେଲେ ବର୍ଷା ଦିନେ ଯିବା ଆସିବା କରିବା ବହୁ କଷ୍ଟ କର। ସାଲେଭଟାରୁ କୁନ୍ଦେଇଜୋରୀ ମଝିରେ ଏକ ଛୋଟ ନାଳ ଅଛି। ଯାହା ଫଳରେ ବର୍ଷାଦିନେ ଲୋକମାନେ ଦେବଗଡ ଜିଲ୍ଲାର ଛତାବର ଦେଇ ଯାତାୟାତ କରିଥାନ୍ତି। ୧୫ କିମିର ରାସ୍ତା ପଂଚାୟତକୁ ପହଂଚିବା ପାଇଁ ହେଲେ ଦେବଗଡ ଜିଲ୍ଲା ସୀମାଦେଇ ୪୫ କିମି ଗଲେ ଯାଇ ଗ୍ରାମପଂଚାୟତକୁ ପହଂଚିପାରନ୍ତି ଗାଁ ଲୋକେ। ଗାଁରେ ପ୍ରାଥମିକ ବିଦ୍ୟାଳୟ କି ଅଙ୍ଗନୱାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ପିଲାମାନେ ନିକଟସ୍ଥ ବାଗବର ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଇଥାନ୍ତି।

ବର୍ଷାଦିନେ ଟିକିରା ନଦୀରେ ପାଣି ଆସିଯାଉଥିବାରୁ ପିଲାମାନେ ମାସାଧିକ କାଳ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ। ଏହି ନଦୀରେ ଆଗରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ନଦୀ ପାର ହେଉଥିବା ସମୟରେ। ଏପରିକି ଡଙ୍ଗାରେ ନଦୀପାର ହୋଇ ବାଗବର ଗାଁକୁ ଯାଇଥାନ୍ତି। ହେଲେ ଡଙ୍ଗା ଏବେ ନ ଥିବାରୁ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପିଲାମାନେ ଟ୍ୟୁସନ୍ ଯାଉଛନ୍ତି ଟିକିରା ନଦୀରେ ପାର ହୋଇ।

ସ୍ୱାସ୍ଥ୍ୟସେବା କହିଲେ ଗ୍ରାମବାସୀ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଛତାବର ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ବାଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ଟିକିରା ନଦୀ ପ୍ରତିବନ୍ଧକ ସୃଷ୍ଟି କରିଥାଏ। କେବଳ ଯେ କୁନ୍ଦେଇଯୋରୀର ଗ୍ରାମବାସୀ ଟିକିରା ନଦୀରେ ପାରହେଉଛନ୍ତି ତା ନୁହେଁ। ସେଇ ଟିକିରା ନଦୀ ପାର ହୋଇ ସାଲେଭଟା ଗ୍ରାମପଂଚାୟତର ସାଧୁବାହାଳି, ରହୁଣିଗାଡିଆ, ଧଉରାଗୋଠ, ସାଳବଣିଆଁ, ନେଭରାପାଳ, ଗୁହିରାନାଳୀ ଓ ବଡଝରଣ ଗ୍ରାମବାସୀ ସେଇ ନଦୀରେ ପାର ହୋଇଥାନ୍ତି।

ସମ୍ବଲପୁର ଜିଲ୍ଲାର ଶେଷ ସୀମାରେ ଥିବାରୁ ଗାଁକୁ କୌଣସି ଚାରିଚକିଆଯାନ ଯାଇ ପାରୁ ନଥିବାରୁ କୌଣସି ପ୍ରଶାସନୀକ ଅଧିକାରୀ ଓ ରାଜନୈତିକ ନେତା ପହଂଚିପାରି ନଥାନ୍ତି। ପାହାଡତଳିର ଗାଁ ଭାବରେ କୁନ୍ଦେଇଯୋରୀ ରହିଛି। ଗାଁ ର ରୁକ୍ମିଣୀ ଦେହୁରୀ, ଶ୍ରୀରାମ ସାହୁ , ହୃଷିକେଶ ସାହୁ, ରଶ୍ମିତା ବିଶି, ଦଶରଥ ନାଏକଙ୍କର ଭଲ ଘର ଖଣ୍ଡିଏ ନାହିଁ। ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି ବିଜ୍ଜୁ ପକ୍କାଘର ଯୋଜନା ସାତ ସପନ। କିଏ ତାଳ ବରଡା ତଳେ ଜୀବନ ବିତାଉଛି ତ ଆଉ କିଏ ପୋଲିଥିନ୍ ତଳେ ଜୀବନ ବିତାଉଛି। ଏହି ଗାଁ ରେ କାହାରି ଘରେ ସରକାରଙ୍କ ତରଫରୁ ମିଳୁଥିବା ପାଇଖାନା ନାହିଁ। ଗାଁ ପାଖରେ ପାହାଡ ଥିବାରୁ ହାତୀମାନେ ଅନାୟାସରେ ଆସି ଫସଲ ଓ ଘର ଦ୍ୱାର ଭାଙ୍ଗି ଚାଲି ଯାଆନ୍ତି। ଏତେ ବଡ ଜୀବକୁ ବାଧା ଦେବାକୁ ଗ୍ରାମବାସୀ ସାହାସ ବାନ୍ଧି ପାରୁନାହାନ୍ତି। ସନ୍ଧ୍ୟା ହେଲେ ଗାଁ ଦାଣ୍ଡରେ ନିଆଁ ଜାଳି ବସିଥାନ୍ତି ରାତି ତମାମ୍।

ଜିଲ୍ଲା ହେଡକ୍ୱାଟର ଠାରୁ ଗାଁ ର ଦୂରତା ୧୫୦ କିମି। ଜିଲ୍ଲା ପ୍ରଶାସନ ଠାରେ ଏପରି ଗାଁର ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବାର ଖବର ଗ୍ରାମବାସୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ରାସ୍ତାଘାଟ ସୁବିଧା ନ ଥିବାରୁ କୌଣସି ବ୍ୟକ୍ତି ରୋଗରେ ପଡିଲେ ବର୍ଷାଦିନେ ଆମ୍ବୁଲାନ୍ସ କି କୌଣସି ଗାଡି ଗାଁକୁ ଆସିପାରି ନଥାଏ। ବାଧ୍ୟହୋଇ ଗ୍ରାମବାସୀ ଭାରରେ କୁଣ୍ଢେଇଗୋଳା ଓ ଛତାବର ଡାକ୍ତରଖାନକୁ ନେଇଥାନ୍ତି। ଏହି ଗାଁର ଜମି ନଦୀକୂଳରେ ଥିଲେ ମଧ୍ୟ ଉଠାଜଳସେଚନର ସୁବିଧା ନାହିଁ। ବର୍ଷାପାଣି ଦ୍ୱାରା ଗ୍ରାମବାସୀ ନିର୍ଭରଶୀଳ। ଗାଁ ପାଖରେ ଏକ କଟା ରହିଛି। ୨୪ ବର୍ଷ ଆଗରୁ ଏହି କଟା କାମ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ମଧ୍ୟ କଟାଟି ଅସଂପୂର୍ଣ ହୋଇପଡିଛି। ଏହି କଟାର ପୁନରୁଦ୍ଧାର କରାଗଲେ ଗାଁ ଜମିରେ ମଧ୍ୟ ଜଳସେଚନର ସୁବିଧା ହୁଅନ୍ତା।

କୁନ୍ଦେଇଜୋରୀ ଗ୍ରାମକୁ ବ୍ଲକ୍ ଏବଂ ଜିଲ୍ଲା ହେଡ୍‌କ୍ୱାର୍ଟରକୁ ଯିବାକୁ ହେଲେ ଦେବଗଡ ଜିଲ୍ଲାର ପିଟାସିକ ଗ୍ରାମକୁ ଚାଲିଚାଲି ପାଖାପାଖି ୧୦ କି.ମି ଯିବାକୁ ପଡେ। ସାଧୁବାହାଳି ଗ୍ରାମଠାରୁ କୁନ୍ଦେଇଜୋରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଗଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ ଓ କୁନ୍ଦେଇଜୋରୀ ଠାରୁ ସାଲେଭଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଗଲେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ। ଟିକିରା ନଦୀ ଉପରେ ବାଗବର ଠାରେ ପୋଲ ନିର୍ମାଣ କରାଗଲେ କେବଳ କୁନ୍ଦେଇଯୋରୀ ଗ୍ରାମବାସୀ ନିର୍ଭରଶୀଳ ହେବେ ତା ନୁହେଁ ଏହି ଆଠଟି ଗ୍ରାମର ଳୋକମାନେ ମଧ୍ୟ ନିର୍ଭର କରିବେ। ପ୍ରଶାସନ ଠାରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଆମ ପ୍ରତିନିଧିଙ୍କ ଠାରେ ଅଭିଯୋଗ କରିଛନ୍ତି।

ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ଓ ହରିଜନ ସଂପ୍ରଦାୟର। ଏ ସବୁ ସାତ ସପନ ଏହି ଗାଁ ରେ। ଗାଁର ଭାଗବତ ଟୁଙ୍ଗୀ ନାହିଁ। ୩ ଟି ନଳକୂପ ଥିଲେ ମଧ୍ୟ ୨ ଟିର ପାଣି ଦୂଷିତ। ଲୋକମାନେ ବାଧ୍ୟହୋଇ ଟିକିରା ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଲୋକସଂଖ୍ୟା ୬୦। ରାସ୍ତାଘାଟର କୌଣସି ସୁବିଧା ନ ଥିବାରୁ ଗ୍ରାମର ଅଧିକାଂଶ ଲୋକ ନିକଟସ୍ଥ ବାଗବର ଗ୍ରାମକୁ ଚାଲିଯାଇଛନ୍ତି। ସେଠାରୁ ଯିବାଆସିବା କରି ଚାଷବାସ କରନ୍ତି। ଗାଁରେ ପୋଖରୀଟିଏ ମଧ୍ୟ ନାହିଁ। କୁନ୍ଦେଇଜୋରୀ ଯଦିଓ ଏକ ଅନୁନ୍ନତ ଅଂଚଳ ତଥାପି ଏହି ଗାଁର କିଛି ବ୍ୟକ୍ତି ବାହାର ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରି ଉଚ୍ଚ ପଦପଦବୀରେ ରହିଛନ୍ତି। ଏହି ଗାଁରୁ ଡାକ୍ତର, ଇଂଜିନିୟର, ପାଣିପାଗ ବିଶେଷଜ୍ଞ ଓ ଶିକ୍ଷକ ଆଦି ବାହାରିଛନ୍ତି। ତଥାପି ଏହି ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନାହିଁ। ଅପହଂଚ ହୋଇପଡିଛି ଏହି ଗାଁଟି। ଗ୍ରାମପଂଚାୟତ ବୈଠକ, ପଲ୍ଲୀସଭା, ଗ୍ରାମସଭାରେ ଗାଁର ଉନ୍ନତି ପାଇଁ ବାରମ୍ବାର କୁହାଗଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି। ଗାଁର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେଲେ ମଧ୍ୟ ଯୋଜନା ଯୋଜନାରେ ଅଟକିଯାଉଛି।

ଏହି ଗାଁକୁ ଯିଏ ଯିବ ସରକାରଂକ ଯୋଜନା ଏହି ଗାଁରେ ପହଂଚିପାରିନି ବୋଲି ଜାଣିପାରିବ। କେବଳ ବିଦ୍ୟୁତ୍ ସଂଯୋଗ ଛଡା ଆଉ କିଛି ବିକାଶ ହୋଇପାରିନାହିଁ। ଏହି ଅବହେଳିତ ଗାଁକୁ ସରକାରଙ୍କ ଦୃଷ୍ଟି କେବେ ପଡିବ ତାହା ସମୟ ହିଁ କହିବ।

ନାକଟିଦେଉଳ ବ୍ଲକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.