
ମୁମ୍ବାଇ : ଥାନାରେ ହାଜର ହୋଇଛନ୍ତି ଅନୁରାଗ କାଶ୍ୟପ । ମୁମ୍ବାଇ ଭର୍ସୋଭା ଥାନାରେ ହାଜର ହୋଇଛନ୍ତି ଅନୁରାଗ । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଗତକାଲି ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଥିଲା । ସମନ ପାଇ ଏବେ ଜେରା ପାଇଁ ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଛନ୍ତି ଅନୁରାଗ କଶ୍ୟପ। ଯୌନ ନିର୍ଯାତନା ନେଇ ଆଜି ନିଜ ପକ୍ଷ ରଖିବେ ଅନୁରାଗ ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଅସଦାଚରଣ ଅଭିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ। ଅନୁରାଗଙ୍କ ବିରୋଧରେ ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ।