ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ :  ତିନୋଟି ସିପ୍ଟରେ ଅନୁଷ୍ଠିତ ହେବ ପରୀକ୍ଷା

Published: Oct 1, 2020, 4:38 pm IST

ଭୁବନେଶ୍ବର : ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଦୈନିକ ତିନୋଟି ସିପ୍ଟରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ 9ରୁ 11ରୁ ପ୍ରଥମ ସିପ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଦିନ 12ଟା30ରୁ 2ଟା30 ଦ୍ବିତୀୟ ସିପ୍ଟ ଓ ଅପରାହ୍ନ 4ଟାରୁ 6ଟା ମଧ୍ୟରେ ତୃତୀୟ ସିପ୍ଟ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ମୋଡରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଅକ୍ଟୋବର 5ରୁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ ହୋଇପାରିବ ।  ଅକ୍ଟୋବର 12ରୁ 19 ତାରିଖ ଯାଏଁ ଓଜେଇଇ  ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ରେକର୍ଡ ସଂଖ୍ୟକ 79 ହଜାର 8ଶହ ପିଲା ଓଜେଇଇ ପାଇଁ ପଞ୍ଜୀକରଣ କରିଛନ୍ତି ।

Related posts