
ଯାଜପୁର : ଯାଜପୁର ବଇରୀ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ ହୋଇଛି । ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସତନ୍ତ୍ର ସ୍କ୍ବାଡ ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଏଥିସହିତ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଉକ୍ତ ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ 15ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୀର୍ଘଦିନ ଧରି ନକଲି କାରବାର ହେଉଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଛତିଆ ଅଞ୍ଚଳରୁ ମଧ୍ୟ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଥିଲା ।