Categories
ଆଜିର ଖବର ରାଜ୍ୟ ଖବର

ପୁଣି ନକଲି ସାମଗ୍ରୀ ଜବତ: ବାଲେଶ୍ବରରୁ ମିଳିଲା ୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା

ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ସବୁ ନକଲି ଜର୍ଦ୍ଦା ଜବତ ହୋଇଛି। ଏସଟିଏଫ ଦ୍ଵାରା ଦୁଇ କ୍ଵିଣ୍ଟାଲ ଓଜନର ନକଲି ଜର୍ଦ୍ଦା ଜବତ କରିବାସହ ଦୁଇ ଜଣଙ୍କୁ ଅଟକ ରଖିଛି। ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜର୍ଦ୍ଦା ଖାଉଥିବା ଲୋକେ ସାବଧାନ, ବିଭିନ୍ନ ବ୍ରାଣ୍ଡର ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିବା ଲୋକଙ୍କୁ ଧରିଲା ପୋଲିସ

ଯାଜପୁର, ଯେଉଁମାନେ ଜର୍ଦ୍ଦା ଖାଉଛନ୍ତି, ସେମାନେ ସାବଧାନ। କାରଣ ପ୍ରଥମତଃ ଜର୍ଦ୍ଦା ଖାଇବା ସ୍ବାସ୍ଥ୍ୟ ପାଇଁ ହୀନକାର। ହେଲେ ଏବେ ଆମେ ଯେଉଁକଥା କହୁଛୁ ତାହା ହେଉଛି ତିବ୍ର ବିଶାକ୍ତ ଜର୍ଦ୍ଦା। ଯାଜପୁର ପୋଲିସ ଆଜି ବିଷାକ୍ତ ଜିନିଷ ମିଶାଇ ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିବା 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କଠାରୁ ବିପୁଳ ପରିମାଣ ଜର୍ଦ୍ଦା ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ବିଷାକ୍ତ ଜିନିଷ ଜବତ କରିଛି। ସେହି ସ୍ଥାନରେ ବହୁ ବର୍ଷ ଧରି ବିଭିନ୍ନ ନାମଜାଦା ବ୍ରାଣ୍ଡର ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉ ଥିଲା। ଏ ନେଇ ଜେନାପୁର ଥାନାରେ ଏକ ମାମଲା ଋଜୁ କରାଯାଇଛି। ତେବେ ଏ ସଂପର୍କରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ କହିଛି।

 

Categories
ଆଜିର ଖବର ରାଜ୍ୟ ଖବର

ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ : ଚଢାଉ କଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌

ଯାଜପୁର : ଯାଜପୁର ବଇରୀ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ ହୋଇଛି । ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସତନ୍ତ୍ର ସ୍କ୍ବାଡ ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଏଥିସହିତ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଉକ୍ତ ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ 15ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୀର୍ଘଦିନ ଧରି ନକଲି କାରବାର ହେଉଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଛତିଆ ଅଞ୍ଚଳରୁ ମଧ୍ୟ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଥିଲା ।