
ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁନର୍ବାର ଆକ୍ରମଣ କରିଛନ୍ତି। ମୋଦି ଜର୍ମାନର ଏକଛତ୍ରବାଦୀ ନେତା ଆଡଲ୍ଫ ହିଟ୍ଲର୍ଙ୍କ ରାସ୍ତାରେ ଯାତ୍ରା କରୁଛନ୍ତି ବୋଲି ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ଖବରକୁ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି କେଜ୍ରିଓ୍ବାଲ। ଏହି ଖବର ଅନୁଯାୟୀ ହୋଲି ସନ୍ଧ୍ୟାରେ ମୁସଲିମ୍ ପରିବାର ଉପରେ ୨୦-୨୫ ଜଣ ଲୋକ ଆକ୍ରମଣ କରିଥିଲେ ଏବଂ ପାକିସ୍ତାନ ଫେରିଯାଅ ନାରା ଲଗାଇଥିଲେ। କେଜ୍ରିଓ୍ବାଲ କହିଛନ୍ତି ହିଟ୍ଲର ମଧ୍ୟ ନରସଂହାର ଏବଂ ଲୋକଙ୍କୁ ଆକ୍ରମଣ କରି ସତ୍ତାରେ ରହିଥିଲେ। କ୍ଷମତାରେ ରହିବା ପାଇଁ ମୋଦି ମଧ୍ୟ ସମାନ ରଣନୀତି ଆପଣାଇଛନ୍ତି। ଏହି ଟ୍ବିଟ୍ରେ ବିଜେପିରେ ଯୋଗ ଦେଇଥିବା ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରିଛନ୍ତି କେଜ୍ରିଓ୍ବାଲ।