ଫାଭିପିରାଭିର୍ ଖାଇବା ନେଇ ଏସ୍‌ଓପି ଜାରି କଲା ସ୍ବାସ୍ଥ୍ୟ ବିଭାଗ : ଜାଣନ୍ତୁ କେମିତି ଖାଇବେ ଫାଭିପିରାଭିର୍

Published: Oct 3, 2020, 2:09 pm IST

ଭୁବନେଶ୍ବର : ହୋମ ଆଇସୋଲେସନ୍‌ ଆକ୍ରାନ୍ତଙ୍କୁ ଫାଭିପିରାଭିର୍‌ ଦେବା ନେଇ ଏସ୍‌ଓପି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସମସ୍ତଜିଲ୍ଲାପାଳ, ମ୍ୟୁନିସାପାଲ କମିଶନ  ଓ ସିଡିଏମ୍‌ଓଙ୍କୁଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌ । ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିବିରାଭିର୍ । ଏଥିପାଇଁ ରୋଗୀଙ୍କ ଆବଶ୍ୟକ ସୂଚନା ଯୋଗାଇ ଦେବ ରାପିଡ ରେସପନ୍ସ ଟିମ୍ । ଆବଶ୍ୟକ ସ୍ଥଳେ ଆକ୍ରାନ୍ତଙ୍କ ସହ ପରିବାର କିମ୍ବା ସଂପର୍କୀୟଙ୍କୁ ଟାବଲେଟ୍ ଖାଇବା ବାବଦରେ ସବିଶେଷ ସୂଚନା ଦିଆଯିବ । ଏପରିକି ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ କଣ ସାବଧାନତା ଗ୍ରହଣ କରିବେ ସେନେଇ ମଧ୍ୟ ସୂଚନା ଦେବେ । ଆକ୍ରାନ୍ତଙ୍କ ଉପରେ ବ୍ୟକ୍ତିଗତ ବା ଟେଲିଫୋନ୍‌ରେ ନିୟମିତ ନଜର ରଖାଯିବ ବୋଲି ସୂଚନା ରହିଛି ।

Hyderabad City doctors tread cautiously on Covid drug FabiFlu efficacy

ଫାଭିପିରାଭିର ଦ୍ବାରା ୟୁରିକ୍‌ ଏସିଡ୍‌ ବୃଦ୍ଧି ହେବା ସହିତ ଡାଇରିଆ ଲକ୍ଷଣ ଦେଖାଯାଏ । ଏମିତି କିଛି ସମସ୍ୟା ଦେଖାଗଲେ, ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଜାରି କରିଛି । ସେହିପରି ଏହି ଫାଭିପିରାଭିର୍‌ ପିଲା ଉପରେ ପ୍ରଭାବ ପକାଉଥିବାରୁ ଗର୍ଭବତୀଙ୍କୁ ଫାଭିପିରାଭିର୍‌ ବାରଣ କରାଯାଇଛି । ସେହିପରି ଛୋଟପିଲାଙ୍କୁ ଫାଭିପିରାଭିର୍‌ ଆଦୌ ନ ଦେବାକୁ ଏସ୍‌ଓପିରେ ଉଲ୍ଲେଖ ରହିଛି । ଫାଭିପିରାଭିର୍‌କୁ ନ ଭାଙ୍ଗି ବା ନ ଚୋବେଇ ସିଧା ଗିଳିଦେବାକୁ ପରାମର୍ଶ ଦିଆଯାଇଛି ।

Related posts