Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁରାେ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ : ଇଂଲଣ୍ଡ ଓ ଫ୍ରାନ୍ସର ବୃହତ ବିଜୟ
ଆଜିର ଖବର

ୟୁରାେ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ : ଇଂଲଣ୍ଡ ଓ ଫ୍ରାନ୍ସର ବୃହତ ବିଜୟ

March 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

୨୦୨୦ରେ ଆୟୋଜିତ ହେବାକୁ ଥିବା ୟୁରାେପ ଫୁଟ୍‌ବଲ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ଇଂଲଣ୍ଡ ଏବଂ ଫ୍ରାନ୍ସ ବୃହତ ବିଜୟ ହାସଲ କରିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ୍‌ ପର୍ତ୍ତୁଗାଲ୍‌ ନିଜ ମ୍ୟାଚ୍‌ ଅମୀମାଂସିତ ରଖିଛି। ଫ୍ରାନ୍ସ ୪-୧ ବ୍ୟବଧାନରେ ମଲଡୋଭାକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ୫-୦ରେ ଚେକ୍‌ ରିପବ୍ଲିକ୍‌କୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି। ଡିଫେଣ୍ଡିଂ ଚାମ୍ପିଅନ୍‌ ପର୍ତ୍ତୁଗାଲ ୟୁକ୍ରେନ୍‌ ବିପକ୍ଷ ମୁକାବିଲାକୁ 0-0ରେ ଅମୀମାଂସିତ ରଖିବାରେ ସକ୍ଷମ ରହିଛି ।

ଫ୍ରାନ୍ସ-ମଲଡୋଭା ମୁକାବିଲାରେ ମ୍ୟାଚ୍‌ର ୨୪ ତମ ମିନିଟ୍‌ରେ ଆଣ୍ଟୋନିଓ ଗ୍ରୀଜ୍‌ମ୍ୟାନ ପ୍ରଥମ ଗାେଲ ସ୍କାେର କରିଥିଲେ। ତିନି ମିନିଟ ପରେ ରାଫାଲେ ବାରାନେ ଦ୍ବିତୀୟ ଗାେଲ୍‌ କରିବା ପରେ ଅଲିଭର ଜିରୁଡ୍‌ ମ୍ୟାଚ୍‌ର ୩୬ ତମ ମିନିଟ୍‌ରେ ତୃତୀୟ ଗାଲ୍‌ ସ୍କାେର କରିଥିଲେ। ମ୍ୟାଚ୍‌ ଶେଷ ହେବାର ୩ମିନିଟ୍‌ ପୂର୍ବରୁ  ଏମ୍‌ବାପେ ଫ୍ରାନ୍ସ ପକ୍ଷରୁ ଅନ୍ତିମ ଗାେଲ୍‌ ସ୍କୋର କରିଥିଲେ। ମଲ୍‌ଡୋଭା ପକ୍ଷରୁ ଭ୍ଲାଡିମିର ଆମ୍ବ୍ରୋସ୍‌ ମ୍ୟାଚ୍‌ର ୮୯ ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ।

ଆୟୋଜକ ଇଂଲଣ୍ଡ ଚେକ୍‌ ରିପବ୍ଲିକ୍‌ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ରହିମ୍‌ ଷ୍ଟର୍ଲିଂ ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଗାେଲ୍‌ ସ୍କାେର କରିଥିବା ବେଳେ ହ୍ୟାରୀ କେନ୍‌ ଏବଂ ଟୋମାସ କାଲାସ ଗୋଟିଏ ଲେଖାଏଁ ଗୋଲ୍‌ ସ୍କାେର କରିଥିଲେ। ଷ୍ଟର୍ଲିଂ ମ୍ୟାଚ୍‌ର ୨୪, ୬୨ ଏବଂ ୬୮ ମିନିଟ୍‌ରେ ଗାେଲ ସ୍କୋର କରିଥିବା ବେଳେ ହ୍ୟାରୀ କେନ୍‌ ୪୭ ତମ ମିନିଟ୍‌ରେ ଏବଂ କାଲାସ୍‌ ୮୪ ତମ ମିନିଟ୍‌ରେ ଶେଷ ଗାେଲ୍‌ ସ୍କୋର କରିଥିଲେ।

ତୃତୀୟ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍‌ ପର୍ତ୍ତୁଗାଲୁ ୟୁକ୍ରେନ୍‌ ବିପକ୍ଷ ମ୍ୟାଚ୍‌ରେ ପଏଣ୍ଟ ବାଣ୍ଟିଛି। ରୋନାଲ୍‌ଡୋଙ୍କ ଏହି ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ରାେନାଲ୍ଡୋ ଗାେଲ ସ୍କାେର କରିବାରେ ସକ୍ଷମ ହୋଇନଥିଲେ ଏବଂ ଦଳ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ୨୨ତମ ମିନିଟ୍‌ରେ ରୋନାଲ୍ଡୋଙ୍କ ନିକଟରେ ଗାେଲ କରିବାର ସୁଯୋଗ ଥିଲେ ଆଣ୍ଡ୍ରି ପ୍ୟାଟୋଭ୍‌ଙ୍କ ଚମତ୍କାର ଗାେଲକିପିଂ ଯୋଗୁଁ ଏହା ବିଫଳ ହାେଇଥିଲା।

london qualifier thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Latest News

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ମଞ୍ଚୁରିଆନ୍ ଓ କଢାଇ ପନୀର ଖାଇ ମୃତ୍ୟୁ: ଜାଣନ୍ତୁ କାରଣ କ’ଣ, ଗ୍ରୀଷ୍ମଋତୁରେ ଖାଦ୍ୟକୁ ନେଇ ରୁହନ୍ତୁ ସତର୍କ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.