Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆବାସ ଯୋଜନା କାହା ପାଇଁ? ତାଳବରଡା ଓ ପଲିଥିନ୍‌ ତଳେ ବିତୁଛି କୁନ୍ଦେଇଜୋରୀ ଗ୍ରାମର ବହୁ ଅଧିବାସୀଙ୍କ ଜୀବନ 
ଆଜିର ଖବର

ଆବାସ ଯୋଜନା କାହା ପାଇଁ? ତାଳବରଡା ଓ ପଲିଥିନ୍‌ ତଳେ ବିତୁଛି କୁନ୍ଦେଇଜୋରୀ ଗ୍ରାମର ବହୁ ଅଧିବାସୀଙ୍କ ଜୀବନ 

October 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗରୀବ ଲୋକମାନଙ୍କ ପାଇଁ ବହୁ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ଯାହାର ଘର ନାହିଁ ତାକୁ ବିଜ୍ଜୁପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଏହି ଯୋଜନା ଏକ ଲୋକାଭିମୁଖୀ ଯୋଜନା ହେଲେ ମଧ୍ୟ ପଂଚାୟତର ସରପଂଚ ହେଉ ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରେ ବଂଚିତ ହେଉଥିବା ଭଳି ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ ର ସାଲେଭଟା ଗ୍ରାମପଂଚାୟତରେ।

ଅନୁସନ୍ଧାନରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ର ସାଲେଭଟା ପଂଚାୟତର କୁନ୍ଦେଇଜୋରୀ ଗାଁ। ସମ୍ବଲପୁର ଜିଲ୍ଲାର ଶେଷ ସୀମା। ଜିଲ୍ଲା ମୁଖ୍ୟାଳୟଠାରୁ ୧୫୦ କିମି ଦୂର। ଏହି ଗାଁ ପାହାଡତଳୀ ଗାଁ। କୁନ୍ଦେଇଜୋରୀ ଗାଁ ର ରୁକ୍ମିଣୀ ଦେହୁରୀ, କାର୍ତିକା ସାହୁ , ଶ୍ରୀରାମ ସାହୁ, ହୃଷିକେଶ ସାହୁ, ରଶ୍ମିତା ବିଶି ଓ ଦଶରଥ ନାଏକ। ଏମାନେ ସମସ୍ତେ କିଏ ତାଳ ବରଡା ତଳେ ରହୁଛି ତ ଆଉ କିଏ ପୋଲିଥିନ୍ ତଳେ ଜୀବନ ବିତାଉଛନ୍ତି। ଏମିତିକି ସେମାନେ ପାହାଡକୁ ଲାଗି ରହୁଛନ୍ତି। ସରକାରଙ୍କ ବାସଗୃହ ଯୋଜନା କଣ ଏମାନେ ଜାଣି ନାହାନ୍ତି ବୋଲି ଆମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି। ସେଇ ଗାଁ କୁ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଙ୍କର ପାଦ ପଡି ନାହିଁ ବୋଲି ପ୍ରକାଶ କରିଛନ୍ତି ଏଇ ଅସହାୟ ଲୋକମାନେ।

ବର୍ଷାଦିନେ ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନର ଲୁଚକାଳୀ ଖେଳ ଘର ଭିତରୁ ସ୍ପଷ୍ଟ ବାରିହୋଇପଡେ। ସତେ ଯେମିତି ଗାଁ ର ଏହି ଲୋକମାନେ ଅନ୍ୟଏକ ପୃଥିବୀରେ ବାସ କରୁଥିବା ଅନୁମାନ କରାଯାଏ। ଘଂଚ ଅରଣ୍ୟ ଆଚ୍ଛାଦିତ ତଥା ପାହାଡ ତଳିଆ ଏହି ଗାଁର ଏହି ହିତାଧୀକାରୀ ମାନଙ୍କୁ ସରକାରଙ୍କ କୌଣସି ବାସଗୃହ ଯୋଜନାରେ ସାମିଲ୍ କରା ନଯିବା ଭଳି ଘଟଣା ସରକାରଙ୍କ କାନକୁ ବାଜିନି। ଏହି ଲୋକମାନେ କିପରି ଘର ଖଣ୍ଡିଏ ଲେଖାଏଁ ପାଇବେ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ କରିଛନ୍ତି ଏହି ହିତାଧୀକାରୀମାନେ।

ପ୍ରଧାନମନ୍ତ୍ରୀ ଆବାସ
Share. Facebook Twitter LinkedIn Email WhatsApp Copy Link

Related Posts

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026
Latest News

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.