ମୋଦିଙ୍କ ବିପକ୍ଷରେ ଲଢିବେ ତୋଗାଡ଼ିଆ ! ବାରାଣାସୀରୁ ଲଢିବା ନେଇ ଚର୍ଚ୍ଚା

Published: Mar 23, 2019, 5:30 pm IST

ଭିଏଚ୍‌ପିର ପୂର୍ବତନ ନେତା ପ୍ରବୀଣ ତୋଗାଡିଆ ନିଜର ନବଗଠିତ ପାର୍ଟି ହିନ୍ଦୁସ୍ତାନ ନିର୍ମାଣ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ୧୦୦ ଆସନରେ ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିଛନ୍ତି। ନିକଟରେ ନିଜର ୪୧ଲାେକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହିତ ନିଜେ ତୋଗାଡିଆ ବାରଣାସୀ, ମଥୁରା କିମ୍ବା ଅଯେଧ୍ୟାରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି। ବାରଣାସୀରୁ ମୋଦି ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପରୋକ୍ଷରେ ମୋଦିଙ୍କ ବିପକ୍ଷରେ ଲଢିବା ନେଇ ସୂଚନା ଦେଇଛନ୍ତି ତୋଗାଡିଆ। ୧୦୦ ଆସନରେ ଏଚ୍‌ଏନ୍‌ଡି ପ୍ରତିଦ୍ବନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ତନ୍ମଧ୍ୟରୁ ଗୁଜୁରାଟରେ ୧୫ଆସନ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କୃଷି ଉତ୍ପାଦର ଉନ୍ନତ ମୂଲ୍ୟ ଏବଂ କୃଷି ଜନିତ ରାେଜଗାର ପ୍ରଦାନ ଏହି ଦଳର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ରହିବ ବୋଲି ତୋଗାଡିଆ ପ୍ରକାଶ କରିଛନ୍ତି। ରାମମନ୍ଦିର ମାମଲାରେ ମୋଦି ସରକାର ଲାେକଙ୍କ ପ୍ରତି ବିଶ୍ବାସାଘାତ କରିଥିବା କହିଛନ୍ତି ତୋଗାଡିଆ। ଦେଶରେ ରାମ ମନ୍ଦିର ନିର୍ମାଣ, କୃଷକଙ୍କୁ ଉପଯୁକ୍ତ ପାଉଣା, ଏବଂ ଯୁବକଙ୍କୁ କାମ ଦେଇ ପାରୁଥିବା ସରକାର ଆବଶ୍ୟକ। ପୂର୍ଣ୍ଣ ବହୁମତରେ ଥାଇ ମଧ୍ୟ ସରକାର ଏହି ସବୁ ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବାରୁ ମୋଦି ଇସ୍ତଫା ପ୍ରଦାନ କରିବା ଉଚିତ୍‌ ବୋଲି ତୋଗାଡିଆ କହିଛନ୍ତି।

Related posts