Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ମହାରାଷ୍ଟ୍ରରେ ଖୋଲିବ ହୋଟେଲ୍‌,ବାର୍‌, ରେଷ୍ଟୁରାଣ୍ଟ
ଆଜିର ଖବର

ଆଜିଠାରୁ ମହାରାଷ୍ଟ୍ରରେ ଖୋଲିବ ହୋଟେଲ୍‌,ବାର୍‌, ରେଷ୍ଟୁରାଣ୍ଟ

October 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 66 ଲକ୍ଷ ପାର୍‌ କରିଥିବାବେଳେ 1ଲକ୍ଷରୁ ଉର୍ଦ୍ଧ୍ବଙ୍କର ଜୀବନ ଗଲାଣି । କରୋନାର ଏପରି ସ୍ଥିତିରେ ଦେଶରେ ଅନଲକ୍‌ 5ରେ କଟକଣାକୁ କୋହଳ କରାଯାଇଛି । ଭାରତରେ ସବୁଠୁ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ ପ୍ରାୟ କଟକଣା କୋହଳ କରାଯାଇଛି । ଆଜିଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ବାର୍‌, ଫୁଡ୍‌ କୋର୍ଟ ଖୋଲିବ ବୋଲି ସୂଚନା ରହିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ 50 ପ୍ରତିଶତ କର୍ମଚାରୀଙ୍କ ଦ୍ବାରା ଏହି ରସ୍ତୋରାଁ, ବାର୍‌ ଆଦି ଖୋଲିବାକୁ ଅନୁମତି ମିଳିଥିବା ବେଳେ ପ୍ରଶାସନ ତରଫରୁ ଏନେଇ ଏସ୍‌ଓପି ମଧ୍ୟ ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକ କରୋନା କଟକଣାକୁ ମାନିବାକୁ ପଡିବ । ଯେମିତିକି ମାସ୍କ ପିନ୍ଧିବା,  ସାମାଜିକ ଦୂରତା ଅବଲମ୍ବନ କରିବ. ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି ।

ସେହିପରି ଗ୍ରାହକମାନେ ରେଷ୍ଟୁରାଣ୍ଟକୁ ଆସିବା ପରେ ତାଙ୍କର ଶରୀରର ତାପମାତ୍ରାକୁ ଚେକ୍‌ କରାଯିବ । ଯଦି କୌଣସି ଗ୍ରାହକଙ୍କର ତାପମାତ୍ରା ଅଧିକ ରହୁଥିବ ତେବେ ତାଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ସେହିପରି ରେଷ୍ଟୁରାଣ୍ଟ ଓ ବାର୍‌କୁ ଦିନରେ ଦୁଇ ଥର ସାନିଟାଇଜ୍‌ କରାଯିବ ବୋଲି ସୂଚନା ରହିଛି । ସେହିପରି ଦେଣନେଣ ପାଇଁ ଡିଜିଟାଲ୍‌ ମାଧ୍ୟମକୁ ଗୁରୁତ୍ବ ଦେବାକୁ କୁହାଯାଇଛି ।କ୍ୟାସ୍‌ ନେବା ବେଳେ ସତର୍କତା ରଖିବାକୁ ପରମାର୍ଶ ଦିଆଯାଇଛି । ଯଦିଏହି ସମସ୍ତ ନିୟମର ଉଲ୍ଲଂଘନ ହୁଏ , ତେବେ ସମ୍ପୃକ୍ତ ରେସ୍ତାରୋଁ, ବାର୍‌ ଓ ହୋଟଲ୍‌ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ସର୍ବାଧିକ କରୋନା ମାମଲା ରହିଛି । ଏଠାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 14 ଳକ୍ଷ 43 ହଜାର 409ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 55 ହଜାର 281 ରହିଛି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 38 ହଜାର 084 ରହିଛି । (ଏଜେନ୍ସି)

ବାର୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀର ଆବାସିକ ବିଲିଡିଂରେ ଅଗ୍ନିକାଣ୍ଡ : ୯ ମୃତ

May 3, 2026

ଦହିବରା ଖାଇ ଜଣେ ମୃତ

May 3, 2026

ପୁଣି ଟୋଲକୁ ନେଇ ଧମକ ଦେଲେ ଆମେରିକା

May 3, 2026

ଶାନ୍ତି ପ୍ରସ୍ତାବ ନା ଶେଷ ଉପାୟ? ଆମେରିକାକୁ ୧୪ ସୂତ୍ରୀ ପ୍ରସ୍ତାବ ପଠାଇଲା ଇରାନ

May 3, 2026
Latest News

ଦିଲ୍ଲୀର ଆବାସିକ ବିଲିଡିଂରେ ଅଗ୍ନିକାଣ୍ଡ : ୯ ମୃତ

May 3, 2026

ଦହିବରା ଖାଇ ଜଣେ ମୃତ

May 3, 2026

ପୁଣି ଟୋଲକୁ ନେଇ ଧମକ ଦେଲେ ଆମେରିକା

May 3, 2026

ଶାନ୍ତି ପ୍ରସ୍ତାବ ନା ଶେଷ ଉପାୟ? ଆମେରିକାକୁ ୧୪ ସୂତ୍ରୀ ପ୍ରସ୍ତାବ ପଠାଇଲା ଇରାନ

May 3, 2026

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ସମୟସୀମା ମେ’ ୧୫ ଯାଏଁ ବୃଦ୍ଧି

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.