Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଏନ.ଏ.ସି ଦୁଇ ନମ୍ବର ୱାର୍ଡ ରେ ବିକାଶ ର ନଗ୍ନ ଚିତ୍ର : ବେଫିକର କାର୍ଯ୍ୟନିର୍ବାହୀ ଅଧିକାରୀ
ଆଜିର ଖବର

ବାଣପୁର ଏନ.ଏ.ସି ଦୁଇ ନମ୍ବର ୱାର୍ଡ ରେ ବିକାଶ ର ନଗ୍ନ ଚିତ୍ର : ବେଫିକର କାର୍ଯ୍ୟନିର୍ବାହୀ ଅଧିକାରୀ

October 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ୨ ନମ୍ବର ୱାର୍ଡ କପିଳେଶ୍ୱରପୁର ଗ୍ରାମରେ ଦେଖା ଦେଇଛି ତୀବ୍ର ଜନ ଅସନ୍ତୋଷ । ଗ୍ରାମବାସୀଙ୍କ ଅଭିଯୋଗକୁ ଖାତିର କରୁନାହାନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ।  ୨ନମ୍ବର ୱାର୍ଡ କପିଳେଶ୍ଵରପୁର ସାହି ଏକ ଗୁରୁତ୍ୱପୂର୍ଣ ଅଞ୍ଚଳ । ଏହି ଅଞ୍ଚଳ ଦେଇ ପ୍ରତିଦିନ ଶହ ଶହ ଲୋକମାନେ କପିଳେଶ୍ଵର ମନ୍ଦିର, ସତସଙ୍ଗ ବିହାର, ପାଟପୁର, ଗୋପାଳପୁର, କୋଟପୁର, ପଲଟନ ପଡିଆ ଆଦି ଅଞ୍ଚଳକୁ  ଯାଇଥାନ୍ତି । ହେଲେ ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ପାରି ୨ ନମ୍ବର ୱାର୍ଡ ପ୍ରବେଶ ପଥରେ ସୃଷ୍ଟି ହେଇଛି ଏକ ବିଶାଳ କୃତ୍ରିମ ପୁଷ୍କରିଣୀ ଯାହା ଏନ.ଏ.ସି ରେ ହେଉଥିବା ବିକାଶ ର ନଗ୍ନ ଚିତ୍ରକୁ ପଦାକୁ ପକେଇଛି। କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ କିନ୍ତୁ ଯଦି ଗାଁ ପ୍ରବେଶ ପଥରେ  ଫୁଟେ ଫୁଟେ ଅପରିଷ୍କାର ଜଳ  ଜମି ପୁଷ୍କରିଣୀ ଭ୍ରମ ସୃଷ୍ଟି କରିବ ତାହାଲେ ପରିମଳ ଅବସ୍ଥା ନ କହିବା ଭଲ । ୨ ନମ୍ବର ୱାର୍ଡ ପ୍ରବେଶ ପଥରେ ପାଖାପାଖି ଦୁଇ ଶହ ମିଟର ରାସ୍ତା ପାଣିରେ ବୁଡିକି ରହୁଛି ଯାହାଫଳରେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଏଠି ପାଖାପାଖି ୭୦ ପରିବାର ବସବାସ କରୁଛନ୍ତି । ଟିକେ ବର୍ଷା ହେଲେ ମୁଖ୍ୟ ରାସ୍ତାରେ ପାଣି ଜମିକି ରହୁଛି ଯାହାଫଳରେ ଅନେକଙ୍କ ଘର ଭିତରେ ଜଳ ପ୍ରବେଶ କରୁଛି ତାହାସହିତ ବିଭିନ୍ନ ରୋଗରେ ମଧ୍ୟ ଗ୍ରାମବାସୀ ମାନେ ଆକ୍ରାନ୍ତ ହେଉଛନ୍ତି ।

ଗତକାଲି ଜଣେ ବ୍ୟକ୍ତି ଯାଦୁ କାଛୁ ପରି ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ଏବଂ ତାହାର ମୂଳ କାରଣ ଏହି ଅପରିଷ୍କାର ଜଳ ବୋଲି ଜଣାପଡ଼ିଛି l ହେଲେ ଏଠି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୂମିକା କୁ ନେଇ ସନ୍ଦେହ ସୃଷ୍ଟି ହେଉଛି । କାର୍ଯ୍ୟନିର୍ବାହୀ ଅଧିକାରୀ ତିଳେ ହେଲେ ଖାତିର କରୁନାହାନ୍ତି ଏ ସବୁକୁ । କରୋନା ଆଳ ଦେଖାଇ ଖସିଯିବାପାଇଁ ସଦାବେଳେ ବ୍ୟଗ୍ର । ଏଠି ପ୍ରଶ୍ନ ଉଠୁଛି କି ଯଦି ସରକାର କୋଭିଡ ସମୟରେ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ତାହାଲେ କାର୍ଯ୍ୟନିର୍ବହୀ ଅଧିକାରୀ ଏଠି କେଉଁ କୋଭିଡ ଆଳ ଦେଖାଉଛନ୍ତି କାରଣ ଅପରିଷ୍କାର ଜଳ ଲାଗି ଯଦି ଜଣେ ବ୍ୟକ୍ତି ରୋଗର ଶିକାର ହେଉଛି ତାହାହେଲେ ଆଗାମୀ ଦିନରେ ଅନ୍ୟ ଗ୍ରାମବାସୀ ମଧ୍ୟ ନିଶ୍ଚିତ ରୂପେ ବିଭିନ୍ନ ରୋଗର ଶିକାର ହେବେ ଏବଂ ସେମାନଙ୍କ ଜୀବନକୁ ବିପଦ ରହିବ । ହେଲେ ଏଠି ରାଜ୍ୟ ସରକାର ଙ୍କ ଜୀବନ ଓ ଜୀବିକା ର ପ୍ରାଥମିକତାକୁ  ଖୋଲାଖୋଲି ଫୁ କରି ଉଡେଇଦେଉଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ବାରମ୍ବାର ଗ୍ରାମ ବାସୀ ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏହା ସତ୍ୱେ ସେମାନଙ୍କ ଅଭିଯୋଗ କୁ ଗୁରୁତର ଭାବେ ଗ୍ରହଣ କରୁନାହାନ୍ତି ଅଧିକାରୀ ।

ଗତ ସେପ୍ଟେମ୍ବର ୩ ତାରିଖରେ ଅନୁରୂପ ଭାବେ ବର୍ଷା ହୋଇ ଜଳ ଜମିବାରୁ ଗ୍ରାମବାସି ମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥଲେ ଏପରିକି ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଈଁ ଚେତାବନୀ ଦେଇଥିଲେ । ପରିସ୍ଥିତି ବିଗିଡ଼ିବାରୁ ଅଧିକାରୀ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ରେ ଲୋକ ଦେଖାଣିଆ ଭାବେ ମାପଚୁପ ପାଈଁ ଯନ୍ତ୍ରପାତି ଧରି ଅଞ୍ଚଳ ପରିଦର୍ଶନ କରି ପଳାଇଥିଲେ । ଆଜିକୁ ସମାନ ଏକ ମାସ ପୂରିଯାଇଥିଲେ ମଧ୍ୟ ଏନ.ଏ.ସି ପ୍ରଶାସନ ଇଞ୍ଚି ଟିଏ ମଧ୍ୟ କାମ କରିନାହିଁ ଏପରିକି  ପ୍ରାଥମିକ ଭାବେ ଅସ୍ଥାୟୀ ରୂପରେ  ଅତି କମରେ ମାଟି ପକାଇ ଉକ୍ତ ଖାଲ ଅଞ୍ଚଳକୁ ମଧ୍ୟ ପୋତିପାରିନାହିଁ । ଶେଷରେ ବାଧ୍ୟ ହୋଇ ଗତଥର ଗ୍ରାମବାସୀ ମାନେ ନିଜ ହାତରୁ ଚାନ୍ଦା ଆଦାୟ କରି ମଟର ଲଗାଇ  ଅପରିଷ୍କାର ଜଳ କୁ ନିଷ୍କାସିତ କରିଥିଲେ l ଯଦି ଏନ.ଏ.ସି ରେ ବସବାସ କରୁଥିବା ଜନତା ଟାକ୍ସ ଦେଉଛନ୍ତି ତାହାହେଲେ ସେମାନେ  ମୌଳିକ ସୁବିଧା ପାଇବାକୁ ମଧ୍ୟ ହକଦାର l ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଆଦି ପ୍ରଥମ ପ୍ରାଥମିକତା ସରକାରଙ୍କ । ହେଲେ ଏଠି ସରକାର ଙ୍କ ସରକାରୀ ପ୍ରତିନିଧିଙ୍କ ଏ ପ୍ରକାର ମନୋଭାବ ବାଣପୁର ଏନ.ଏ.ସି ର ବିକାଶ ରେ ବ୍ରେକ ଲଗାଉଛି ।

ଗଣତନ୍ତ୍ର ଶାସନ ରେ ଜନତା ହେଉଛନ୍ତି ମାଲିକ । କିନ୍ତୁ ବାଣପୁର ଏନ.ଏ.ସି ଅଞ୍ଚଳରେ ନିଜକୁ ମାଲିକ ବୋଲି କହି ବୁଲୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କାହା ବଳରେ ଜନସାଧାରଣ ଙ୍କ ଅଭିଯୋଗ ର ସ୍ୱର କୁ କରୋନା ଆଳ ରେ କଣ୍ଠରୋଧ କରିବାକୁ ଚାଁହୁଚନ୍ତି ତାହା ବର୍ତ୍ତମାନ ସନ୍ଦେହଘେରରେ l କରୋନା ସମୟରେ ନିଜ କାର୍ଯ୍ୟ ଦ୍ୱାରା ବହୁତ ବାଃ ବାଃ ସାଉଁଟିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବର୍ତ୍ତମାନ ଯଦି ନିଜ ମୂଳ କାର୍ଯ୍ୟକୁ ଧ୍ୟାନ ନଦିଅନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ବିସ୍ଫୋରକ ହେବ ଏଥିରେ ସନ୍ଦେହ ନାହିଁ l ଗ୍ରାମବାସୀ ମାନେ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ପ୍ରାଥମିକ ପର୍ଯ୍ୟାୟରେ ଏହାର ଅସ୍ଥାୟୀ ସମାଧାନ କାର୍ଯ୍ୟନିର୍ବାହୀ ଅଧିକାରୀ ନକରନ୍ତି ତେବେ ବାଧ୍ୟ ହୋଇ ବାଣପୁର ଏନ.ଏ.ସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.