Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୌସେନା ମୁଖ୍ୟଙ୍କ ଦ୍ୱାରା ଆଇଏନ୍‌ଏସ୍ ଚିଲିକାକୁ ମର୍ଯ୍ୟାଦା ସମ୍ପନ୍ନ ଏକକ ପ୍ରମାଣ
ଆଜିର ଖବର

ନୌସେନା ମୁଖ୍ୟଙ୍କ ଦ୍ୱାରା ଆଇଏନ୍‌ଏସ୍ ଚିଲିକାକୁ ମର୍ଯ୍ୟାଦା ସମ୍ପନ୍ନ ଏକକ ପ୍ରମାଣ

October 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ଆଇଏନ୍‌ଏସ୍ ଚିଲିକା, ଚିଲିକା ଖୋର୍ଦ୍ଧାର ପ୍ରାରମ୍ଭିକ ପ୍ରଧାନ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ନୌସେନା ମୁଖ୍ୟଙ୍କ ଦ୍ୱାରା ସମ୍ମାନଜନକ ଏକକ ଉଦାହରଣ 2019 ବର୍ଷ ନିମନ୍ତେ ଅର୍ପଣ କରାଯାଇଛି । ଏକକ ଉଦାହରଣ ଏକ ସ୍ୱତନ୍ତ୍ର କଠିନ ଉପାର୍ଜିତ ସ୍ୱୀକୃତି । ନୌସେନା ଏକକଙ୍କୁ ଅର୍ପଣ କରାଯାଏ ଯାହାକି ଦେଶ ପାଇଁ ଭଲ କାର୍ଯ୍ୟ କରିବା ସମୟରେ ଅସମ୍ଭବ ଭାବେ ସର୍ବୋତ୍କୃଷ୍ଟ ମାନ୍ୟତା ମିଳିଥାଏ ।

ସାମରିକ କ୍ଷେତ୍ର ରେ ଦେଶ ପାଇଁ ଉତ୍ସର୍ଗୀକୃତ ଭାବେ ଅତ୍ୟନ୍ତ ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଥିବା ବିଭାଗକୁ ଏହି  ପୁରସ୍କାର ପ୍ରଦାନ କରା ଯାଇ ଥାଏ । ଏହି ପୁରସ୍କାର ପାଇବା ସମ୍ପୃକ୍ତ ବିଭାଗ ପାଇଁ ଗର୍ବ ର ବିଷୟ ହୋଇ ଥାଏ ।

ଏହି ପୁରସ୍କାର ପାଇବା ଆଇ ଏନ ଏସ ଚିଲିକା ର ସମଗ୍ର ନୌସେନା ଅଧିକାରୀ ତଥା ନୌସେନା ସହ ଜଡିତ ଥିବା ସମସ୍ତଙ୍କ ପାଇଁ ଆସନ୍ତା ଗୋଟିଏ ବର୍ଷ ପାଇଁ ଏକ ଗର୍ବ ର ବିଷୟ । ଏହି ସ୍ୱୀକୃତି ଆଇଏନ୍‌ଏସ୍ ଚିଲିକାକୁ ୨୦୦୫, ୨୦୧୨ ଓ ପରେ ୨୦୧୯ରେ ପୁଣିଥରେ ଆସିଛି । ଆଇଏନ୍‌ଏସ୍ ଚିଲିକା ପ୍ରତିିବର୍ଷ ଲଗାତାର ଭାବେ ୬୬୦୦ରୁ ଅଧିକ ନୌସୈନିକ ପ୍ରବେଶ ପ୍ରାର୍ଥୀଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ପ୍ରଦାନ କରି ଆସୁଅଛି ।

ଆଇ ଏନ ଏସ ଚିଲିକା ନାବିକ ମାନଙ୍କୁ କର୍ତ୍ତବ୍ୟ ପରାୟଣ,ଆତ୍ମାଭିମାନୀ ଏବଂ ସାହସୀ କରିବା ସହ ଜଣେ ଜଣେ ସାମୁଦ୍ରିକ ଯୋଦ୍ଧା ଭାବେ ଗଢି ତୋଳିବା ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି ।

ଓଡିଶାର ଏହି ବିଭାଗ ଟି ୨୦୧୮ ମସିହା ର ତିତିଲୀ ହେଉ କିମ୍ବା ୨୦୧୯ ମସିହା ର ଫନି ଭଳି ପ୍ରାକୃତିକ ବିପର୍ଜୟ ସମୟ ରେ ଲୋକଙ୍କୁ ସଫଳତାର ସହ ଅନେକ ସହାୟତା ଯୋଗାଇ ଦେଇଥିଲା ।

ଆଇ ଏନ ଏସ ଚିଲିକା ର ୪୦ ତମ ବାର୍ଷିକୀ ପାଳନ ଅବସର ରେ ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ବିଭାଗ ପରିଦର୍ଶନ ରେ ଆସି ବିଭିନ୍ନ କାର୍ଯ୍ୟ କ୍ରମ ରେ ଯୋଗଦାନ କରିଥିଲେ ।

ଭାରତୀୟ ନୌବାହିନୀ ରେ ଆଇ ଏନ ଏସ ଚିଲିକା ତାର ଆଦର୍ଶ ଉଦ୍ଧମେନ ହି ସିନ୍ଧନ୍ତି କାର୍ଯ୍ୟାଣୀ’ର କୁ ପାଥେୟ କରି ଦେଶ ମାତୃକା ସେବାର ଚାଳିଶଟି ଗୌରବମୟ ବର୍ଷ ଅତିବାହିତ କରି ସରିଛି ଏବଂ ଏବେ ମଧ୍ୟ ସେବା ପ୍ରଦାନ କରି ଆସୁଛି।  ଆଇଏନ୍‌ଏସ୍ ଚିଲିକା ଜାହାଜର ସମସ୍ତ କର୍ମଚାରୀଙ୍କ ବ୍ୟବସାୟୀକ, ଦଳୀୟ କାର୍ଯ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସାହାର୍ଯ୍ୟର ଦାୟୀତ୍ୱପୂର୍ଣ୍ଣ ଭୂମିକାର ପ୍ରତିବିମ୍ବ ଅଟେ। ସୋମବାର ଦିନ  ବିଶାଖାପଟଣା ସ୍ଥିତ ଇଷ୍ଟର୍ନ ନଭଲ କମାଣ୍ଡ ଠାରେ ଅନୁଷ୍ଠିତ ଏକ ଉତ୍ସବ ରେ ଭାଇସ ଆଡମିରାଲ ଅତୁଲ କୁମାର ଜୈନଙ୍କ ଠାରୁ ଆଇ ଏନ ଏସ ଚିଲିକାର ଅଧିକାରୀ ମାନେ ଗ୍ରହଣ କରିଥିଲେ । ଏହି ସମାରୋହରେ ପୂର୍ବ ନୌସେନା କମାଣ୍ଡର ପତାକା ଅଧିକାରୀ ଭାଇସ୍ ଆଡମିରାଲ୍ ଅତୁଲ କୁମାର ଜୈନ ପିଭି ଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଭିଏସ୍‌ଏମ୍‌, ପତାକା ଅଧିକାରୀ ପୂର୍ବ ନୌସେନା କମାଣ୍ଡରଙ୍କ ଠାରୁ ଆଇଏନ୍‌ଏସ୍ ଚିଲିକାର କମାଣ୍ଡ ଅଧିକାରୀ ଋତୁରାଜ ସାହୁ, ପିସି ମହାପାତ୍ର ଉକ୍ତ ସମ୍ମାନ ଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.