ଖାଲି ସମୟରେ ଭାରତୀୟମାନେ କ’ଣ କରିବାକୁ ପସନ୍ଦ କରନ୍ତି ? ଜାଣନ୍ତୁ, ଭାରତୀୟଙ୍କ ଅଭ୍ୟାସ

Published: Oct 6, 2020, 6:06 pm IST

ନୂଆଦିଲ୍ଲୀ : ସାଧାରଣତଃ ଭାରତୀୟମାନେ ଖାଲି ସମୟରେ କ’ଣ କରିବାକୁ ପସନ୍ଦକରନ୍ତି । ଏହାର ଉତ୍ତର ହେଉଛି ଶୋଇବା । ଭାରତୀୟମାନେ ଖାଲି ସମୟରେ ଶୋଇବାକୁ ବେଶ୍‌ ପସନ୍ଦ କରନ୍ତି ବୋଲି ଏକ ଷ୍ଟଡିରୁ ଜଣାପଡିଛି । ଭାରତୀୟମାନେ ସେମାନଙ୍କର ଦିନକୁ କେମିତି ଅତିବାହିତ କରନ୍ତି, ଏନେଇ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ଏହି ସର୍ଭେରେ ଗ୍ରାମୀଣ ଓ ସହର ଅଞ୍ଚଳର ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଗ୍ରାମୀଣ ଓ ସହରୀ ଲୋକମାନେ ଶୋଇବାରେ କେତେ ସମୟ ଖର୍ଚ୍ଚ କରନ୍ତି ତାହା ନେଇ ଏହି ସର୍ଭେ କରାଯାଇଥିଲା । 2019 ଜାନୁଆରୀ ଓ ଡିସେମ୍ବର ମଧ୍ୟରେ ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଟାଇମ୍‌ ବ୍ୟବହାରକୁ ନେଇ ଏକ ସର୍ଭେ କରିଥିଲା । ପ୍ରାୟ 1ଲକ୍ଷ 38 ହଜାର 799ଜଣଙ୍କ ଘରେ ଏନେଇ ସର୍ଭେ କରାଯାଇଥିଲା । କେବଳ ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜକୁ ଛାଡି କରାଯାଇଥିବା ଏହି ସର୍ଭେରେ ଲୋକେ ପଇସା ନେଇ କରୁଥିବା କାମ ଓ ବିନା ପଇସାରେ କେତେ ଘଣ୍ଟା କାମ କରୁଛନ୍ତି ତାହା ନେଇ ସର୍ଭେ କରାଯାଇଥିଲା ।

ପ୍ରାୟତଃ ଭାରତୀୟମାନେ ନିଜ ଖାଲି ସମୟରେ 552 ମିନିଟ୍‌ ଅର୍ଥାତ୍‌ 9 ଘଣ୍ଟା ଶୋଇ କରି ବିତାଇଥା’ନ୍ତି । ସେହିଭଳି ଗ୍ରାମୀଣ ପୁରୁଷମାନେ  554 ମିନିଟ୍‌ ଶୋଇଥିବାବେଳେ ମହିଳାମାନେ ଟିକେ ଅଧିକ ଅର୍ଥାତ୍‌‌ 557 ମିନିଟ୍‌ ଶୋଇଥା’ନ୍ତି। ସେହିପରି ସହରୀ ଲୋକମାନେ ଗ୍ରାମ ଲୋକଙ୍କଠାରୁ ଟିକେ କମ୍‌ ଶୋଇବାକୁ ଭଲ ପା’ନ୍ତି । ସହରରେ ରହୁଥିବା ପୁରୁଷମାନେ ଖାଲି ସମୟରେ 534 ମିନିଟ୍‌ ଶୋଇକରି ବିତାଉଥିବାବେଳେ ମହିଳାମାନେ 552 ମିନିଟ୍‌ ଶୋଇ କରି ବିତାଇଥାନ୍ତି । (ଏଜେନ୍ସି)

Related posts