ନୂଆଦିଲ୍ଲୀ : ଆଜିର ସମୟରେ ସୋସିଆଲ ମିଡିଆର ବହୁତ ଶକ୍ତି ରହିଛି । ଗୋଟିଏ ଦିନରେ ଜଣକୁ ତଳକୁ ଉପରକୁ ଉଠାଇଦେବାର ସାମର୍ଥ୍ୟ ରଖିଥିବାବେଳେ ଉପରୁ ମଧ୍ୟ ତଳକୁ ଟାଣି ଆଣିବାର ଶକ୍ତି ରଖୁଛି । ଗତ କିଛି ଦିନରେ ଦିଲ୍ଲୀରେ ଏପରି କିଛି ହୋଇଛି ଯାହାକି ଗୋଟିଏ ଦିନରେ ଜଣେ ମଣିଷର ଜୀବନକୁ ବଦଳାଇ ଦେଇଛି । ଦିଲ୍ଲୀର ମାଲବୀୟ ନଗରର ଏକ ଛୋଟ ଢାବା ଚଳାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଭିଡିଓରେ ବିକ୍ରି ନ ହେବାରୁ କାମ ନଥିବାର ଅସୁବିଧାକୁ ଜଣେ ବୃଦ୍ଧ ବ୍ୟକ୍ତି କହି ଭାବୁକ ହୋଇଥିବାର ଦେଖାଯାଇଛି । କିନ୍ତୁ ଏହି ଭିଡିଓଟିରଭାଇରାଲ୍ ହେବାର 24 ଘଣ୍ଟା ପରେ ବୃଦ୍ଧଙ୍କୁ ସାହାଯ୍ୟ ମିଳିଛି । ଏପରିକି ଆମ୍ ଆଦ୍ମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି ।
Spread the word around.
Wipe his tears #BabaKaDhaba https://t.co/BE9cXGEnSs
— RAHUL SRIVASTAV (@upcoprahul) October 8, 2020
ମାଲବୀୟ ନଗରସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଜଣେ ବୃଦ୍ଧ ଦମ୍ପତି ନିଜର ଏକ ଛୋଟ ଢାବାକୁ ଚଳାଉଥିଲେ । ବସୁନ୍ଧରା ନାମକ ଜଣେ ଟୁଇଟର ୟୁଜର୍ କିଛି ଦିନ ପୂର୍ବେ ଏକ ସନ୍ଧ୍ୟାରେ ସେମାନଙ୍କ ଭିଡିଓକୁ ଟୁଇଟର୍ରେ ସେୟାର କରିଥିଲେ ।
ଏହି ଭିଡିଓରେ ବୃଦ୍ଧ ଜଣକ ନିଜ ଅବସ୍ଥା ସମ୍ପର୍କରେ କହି କହି କାନ୍ଦୁଥିବାର ଦେଖାଯାଇଛି । ଭିଡିଓ ଶୁଟ୍ କରୁଥିବା ବ୍ୟକ୍ତିଜଣକ ବୃଦ୍ଧଙ୍କ ଖାଦ୍ୟକୁ ପ୍ରଶଂସା କରିବା ସହିତ ଉକ୍ତ ଢାବାକୁ ଲୋକଙ୍କୁ ଆସିବାକୁ ଅପିଲ୍ କରିଥିଲେ । ଭିଡିଓ ଭାଇରାଲ୍ ହେବା ପରେ ଏବେ ବାବାଙ୍କ ଢାବାରେ ମଟର ପନୀର ଖାଇବାକୁ ଲୋକଙ୍କ ଲାଇନ୍ ଲାଗିଛି ।
ଭିଡିଓକୁ ଦେଖୁ ଦେଖୁ 10 ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିଥିଲେ । ଏହାପରେ ବୃଦ୍ଧଙ୍କୁ ସାହାଯ୍ୟ ମିଳିଥିଲା । ସୋମନାଥ ଭାରତୀ ‘ବାବା କେ ଢାବା’କୁ ଅତ୍ୟାବଶ୍ୟକ ସାମଗ୍ରୀ ଦେଇଥିଲେ । ଏହା ସହିତ କିଛି ଲୋକେ ଉକ୍ତ ଢାବାକୁ ଖାଇବାକୁ ଆସି ବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ ସାହାଯ୍ୟ କରିଥିଲେ । ଟୁଇଟର ଓ ସୋସିଆଲ ମିଡିଆର ଅନ୍ୟ ପ୍ଲାଟଫର୍ମରେ ବୃଦ୍ଧଙ୍କର କାହାଣୀ ଲୋକପ୍ରିୟ ହେବା ପରେ ପରେ ବୃଦ୍ଧଙ୍କ ମୁହଁରେ ହସ ଫୁଟି ପାରିଛି । (ଏଜେନ୍ସି)