ଲିକେଜ୍‌ରୁ ନିଆଁ ଲାଗି ହୋଇଥିଲା ବିସ୍ଫୋରଣ-ପେସୋ

Published: Oct 8, 2020, 2:13 pm IST

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ରାଜଭବନ ପେଟ୍ରୋଲ୍‌ ପମ୍ପ ନିକଟରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଏଲ୍‌ପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା ବୋଲି ଆଜି ପ୍ରାଥମିକ ତଦନ୍ତ ପରେ ପେସୋର ଉପମୁଖ୍ୟ କଣ୍ଟ୍ରୋଲର୍‌ ସୂଚନା ଦେଇଛି ।

ମିଳିଥିବା ସୂ ଚନା ଅନୁସାରେ ଟାଙ୍କିରେ ନାଇଟ୍ରୋଜେନ୍ ଦେଇ ଏଲ୍‌ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଲିକେଜ୍ ହେବା ପରେ ନିଆଁ ଲାଗି ଯାଇଥିଲା, ପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ଚାରି ଟନ୍ ଏଲ୍‌ପିଜି ରହିଥିଲା ପ୍ରାଥମିକ ତଦନ୍ତ ସରିଛି, ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ପେସୋର ଉପମୁଖ୍ୟ କଣ୍ଟ୍ରୋଲର।

ସୂଚନାଯୋଗ୍ୟ, ଗତକାଲି ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ପରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଏସ୍‌ସିବିରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଅନ୍ୟ 8 ଜଣ କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ବିସ୍ଫୋରଣରେ  ଜଣେ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି ।

Related posts