Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିର ତିର୍ତ୍ତୋଲ ଅଫିସ୍ ଉଦଘାଟନ ଓ ମିଶ୍ରଣ ପର୍ବରେ ମହାଭାରତ: ଭଣ୍ଡୁର୍ ହେଲା ସଭା
ଆଜିର ଖବର

ବିଜେପିର ତିର୍ତ୍ତୋଲ ଅଫିସ୍ ଉଦଘାଟନ ଓ ମିଶ୍ରଣ ପର୍ବରେ ମହାଭାରତ: ଭଣ୍ଡୁର୍ ହେଲା ସଭା

October 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନର ତାତି ଦିନକୁ ଦିନ ବୃଦ୍ଧି ପାଇବା ସହିତ ଦଳୀୟ କନ୍ଦଳ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି ।ବୁଧବାର ଦିନ ତିର୍ତ୍ତୋଲ ବ୍ଲକ ଆନନ୍ଦ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବ ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସଭାରେ ମହାଭାରତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକି ଅଧାରୁ ସଭା ଭଣ୍ଡୁର୍ ହେବା ସହ ରାଜ୍ୟ ଉପସଭାପତି ଓ ପ୍ରଭାରୀ ସଭାଛାଡି ପଳାଇଥିଲେ ବୋଲି କୁହାଯାଉଛି।

ସୂଚନାନୁଯାୟୀ ବୁଧବାର ଦିନ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ବିଜେପି ଦଳ ପକ୍ଷରୁ ନୂତନ ଅଫିସ୍ ଉଦଘାଟନ ଓ ମିଶ୍ରଣପର୍ବ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭା ଆରମ୍ଭ ହେବା କ୍ଷଣି କିଛି ଦଳୀୟ ଯୁବକ ହୋ ହାଲ୍ଲା କରିବା ସହିତ ଦଳୀୟ ନେତାମାନେ ତାଙ୍କପ୍ରତି ଅନ୍ୟାୟ କରିଛନ୍ତି, ବିଗତ ଦିନରେ ଦଳ ପକ୍ଷରୁ କର୍ମୀମାନଙ୍କୁ ଅଣଦେଖା କରାଯିବା ଓ ନବନିଯୁକ୍ତ ଜିଲ୍ଲା ପ୍ରଭାରୀଙ୍କୁ ଘୋର୍ ବିରୋଧକରି ହଙ୍ଗାମା କରିଥିଲେ। ଉପସ୍ଥିତ କିଛି ଦଳୀୟ କର୍ମୀଙ୍କ ହଙ୍ଗାମା ଯୋରଦାର୍ ହେବାରୁ ହାତାହାତି ଯାଏ ମଧ୍ୟ କଥାଯାଇଥିବା କୁହାଯାଉଛି। ଅପରପକ୍ଷରେ କିଛି ବିଜେପି କର୍ମୀଙ୍କ କହିବାନୂଯାୟୀ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିଲା ଯାହାକି ତିର୍ତ୍ତୋଲ ବିଜେପିରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ମଙ୍ଗଳବାର ଦିନ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ନେଇ କିଛି କର୍ମୀଙ୍କ ମଧ୍ୟରେ ଏପରି ଅସନ୍ତୋଷର ନିଆଁ ସୃଷ୍ଟି ହୋଇଥିବା କୁହାଯାଉଛି। ତିର୍ତ୍ତୋଲ ବିଜେପିର ଏପରି ଘଟଣାକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି ବୋଲି କୁହାଯାଉଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ତଥା ତିର୍ତ୍ତୋଲ ବ୍ଲକ ପର୍ଯ୍ୟବେକ୍ଷଣ ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଓ ବିରିଡ଼ି ବ୍ଲକ ପର୍ଯ୍ୟବେକ୍ଷକ ଦିଲ୍ଲୀପ ମଲ୍ଲିକ, କଟକ ଜିଲ୍ଲା ବିଜେପି ସଭାପତି ତଥା ରଘୁନାଥପୁର ବ୍ଲକ ପର୍ଯ୍ୟବେକ୍ଷକ ପ୍ରକାଶ ବେହେରା, ପାରାଦ୍ଵୀପ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ତିର୍ତ୍ତୋଲ ଉପନିର୍ବାଚନ ଦଳୀୟ ମିଶ୍ରଣ ପର୍ବ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026
Latest News

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.