ଏଥର ଦୁଇଟି ଆସନରୁ  ଲଢ଼ିବେ ରାହୁଲ ଗାନ୍ଧି ! ୟୁପିର ଆମେଥି ଓ କେରଳର ଓ୍ବାୟନାଡୁରୁ ଲଢିବା ନେଇ ଚର୍ଚ୍ଚା

Published: Mar 23, 2019, 6:58 pm IST
rahul may contest in two seats

ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ସବୁ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସରିଲେଣି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାହୁଲ ପାରମ୍ପରିକ ଆମେଥି ସହିତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିପାରନ୍ତି। କେରଳ କଂଗ୍ରେସ ପକ୍ଷରୁ ରାହୁଲ୍‌ଙ୍କୁ ଏହି ଆସନରୁ ଲଢିବା ପାଇଁ ଅନୁରୋଧ କରାଯାଇଛି। ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି। ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ନେତା ଓମାନ ଚଣ୍ଡୀ କହିଛନ୍ତି କେରଳ କଂଗ୍ରେସ କମିଟି ରାହୁଲ ଗାନ୍ଧୀଙ୍କୁ ନିବେଦନ କରିଛି ଯେ ସେ କେରଳର ଗୋଟିଏ ଆସନରୁ ନିର୍ବାଚନ ଲଢନ୍ତୁ। ରାହୁଲ କେରଳର ଓ୍ବୟାନାଡରୁ ନିର୍ବାଚନ ଲଢିପାରନ୍ତି। ଏନେଇ ରାହୁଲ ଗାନ୍ଧୀ ନିଜର ପକ୍ଷ ରଖିନାହାନ୍ତି। ତେବେ ଗତ କିଛି ଦିନ ଧରି ରାହୁଲ୍‌ ଦୁଇଟି ଆସନରୁ ନିର୍ବାଚନ ଲଢିବେ ବୋଲି  ଚର୍ଚ୍ଚା ହେଉଛି।

Related posts