Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ: ମାନେକା ଗାନ୍ଧୀ
ଆଜିର ଖବର

ମହିଳାମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ: ମାନେକା ଗାନ୍ଧୀ

October 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି।

ପ୍ରତ୍ୟେକ ମହିଳା ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଇବା ସହ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଚିତ୍। ସେମାନେ ନିଜକୁ ସମାଜର ଆକ୍ରୋଶର ଶିକାର ହେଉଛନ୍ତି ବୋଲି ଭାବିବା ବନ୍ଦ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଓ ଅବ୍‌ଜରଭ୍‌ନାଓ ମିଡିଆର ମିଳିତ ସହଭାଗିତାରେ ଆୟୋଜିତି ଭର୍ଚୁଆଲ୍ ମହିଳା ନେତୃତ୍ୱ ସମ୍ମିଳନୀରେ ଶ୍ରୀମତି ଗାନ୍ଧୀ ମହିଳାମାନଙ୍କୁ କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଗାନ୍ଧୀ କହିଛନ୍ତି ଯେ ମହିଳାମାନେ ଖୁବ୍ ରଚନାତ୍ମକ ଏବଂ ବହୁ କାର୍ଯ୍ୟ ଏକାସାଙ୍ଗେ କରିବାରେ ସେମାନଙ୍କର କ୍ଷମତା ଅଦ୍ଭୁତପୂର୍ବ।

ଏହି ସମ୍ମିଳନୀ ଅବସରରେ ମାନବସମ୍ବଳ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ଥିବା ଆଗଧାଡିର କେତେକ ମହିଳା ମାନବସମ୍ବଳ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ସମ୍ମିଳନୀରେ ସୋଆର ରିସର୍ଚ୍ଚ ଓ ଡେଭଲପ୍‌ମେଂଟ ଡିନ୍ ପ୍ରଫେସର ପି.କେ. ନନ୍ଦ ବିଶ୍ୱବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ ୧୨୪୩ ଜଣ ଫ୍ୟାକଲ୍ଟି ମେମ୍ବର ଶିକ୍ଷା ଓ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ ସୋଆ ଏକ ମହିଳା କୈନ୍ଦ୍ରିକ ବିଶ୍ୱବିଦ୍ୟାଳୟ, ଯେଉଁଠାରେ କି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୭% ମହିଳା ଅଟନ୍ତି ଯେଉଁମାନେ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେହିପରି ଫ୍ୟାକଲ୍ଟିମାନଙ୍କ ମଧ୍ୟରୁ ୩୫ ପ୍ରତିଶତ ମହିଳା ଯେଉଁମାନେ ବିଭିନ୍ନ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ନିୟୋଜିତ ଅଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ କରାଇବା ସୋଆର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ସମ୍ମାନିତ ହୋଇଥିବା ଆଗଧାଡିର ମହିଳା ମାନବସମ୍ବଳ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ ଥିଲେ ଫିଲିପ୍‌ସର ମାନବସମ୍ବଳ ମୁଖ୍ୟ ବିସ୍‌ପଲା ରେଡ୍ଡୀ, ସାପ୍ ଇଣ୍ଡିଆର ସିଏଚ୍‌ଆର୍‌ଓ ଶ୍ରଦ୍ଧାଞ୍ଜଳି ରାଓ, ଫ୍ୟୁଚର ଜେନେରାଲିର ସିଏଚ୍‌ଆର୍‌ଓ ରୁଚିରା ଭରଦ୍ୱାଜ, ଜି୪ଏସ୍‌ର ଉପସଭାପତି ଓ ଏଚଆର୍ ମୁଖ୍ୟ ରିଷୁ ଗର୍ଗ, କୁଇକ୍ ହିଲ୍‌ର ସିଏଚ୍‌ଆର୍‌ଓ ରିତୁ ରୈନା, ବ୍ରଡ୍‌ରିଜ୍‌ର ଏଚ୍‌ଆର୍ ମୁଖ୍ୟ ରଜିତା ସିଂ, ସିଗ୍‌ନେକ୍ସର ବରିଷ୍ଠ ଉପସଭାପତି (ମାନବ ସମ୍ବଳ) ଅଙ୍କିତା ସିହ୍ନା, ସିଲ୍‌ର ଏଚ୍‌ଆର୍ ମୁଖ୍ୟ ଶାସ୍ୱତି ସିହ୍ନା, ନେଟ୍‌ଫ୍ଲିକ୍ସର ନିର୍ଦ୍ଦେଶିକା ମାନବସମ୍ବଳ ଶ୍ୱାତୀ ଶୁକ୍ଳା, ଡାଟାମେଟିକ୍ସର ସିଏଚ୍‌ଆର୍‌ଓ ଡଃ ରିମା ଚୌଧୁରୀ, ଏଆର୍ ଭିସ୍ତାରାର ଭିଏଚ୍‌ଆର୍‌ଓ ଦୀପା ଚଢ଼ା, ଓଏଲ୍‌ଏକ୍ସର ଏଚ୍‌ଆର୍ ମୁଖ୍ୟ ପୁଜା କପୁର ଓ ଏଜନ୍ ଲାଇଫ୍‌ର ଚିଫ୍ ପିପୁଲ ଅଫିସର୍ ସୁନୀତା ରଥ।

ମାନେକା ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.