ଆଜି 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

Published: Oct 10, 2020, 11:44 am IST

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1006କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ତିନିଜଣ ରହିଛନ୍ତି । ଭୁବନେଶ୍ବରର ତିନି ମୃତକଙ୍କ ବୟସ ଯଥାକ୍ରମେ  62, 66, 78ପୁରୁଷ । ସେହିପରି ଖୋର୍ଦ୍ଧାର ଅନ୍ୟ ଦୁଇ ମୃତକ ହେଲେ 51 ଓ 62 ବର୍ଷୀୟ ପୁରୁଷ । କଟକ ଜିଲ୍ଲାର ଦୁଇ ମୃତକ ହେଲେ 35 ବର୍ଷୀୟ ପୁରୁଷ ଓ 70 ବର୍ଷୀୟ ପୁରୁଷ । ବାଲେଶ୍ବରରୁ 44 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିରର 36 ବର୍ଷୀୟ ପୁରୁଷ, ଗଞ୍ଜାମର 61 ବର୍ଷୀୟା ପୁରୁଷ, ଯାଜପୁରରୁ 40 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାର 60 ବର୍ଷୀୟ ପୁରୁଷ, ମୟୂରଭଞ୍ଜର 37 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ 69 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 50 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 36 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Related posts