ଯାହାକୁ ରଖିବେ ଅନନ୍ତ … ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମା-ବାପାଙ୍କ ଜୀବନ ଗଲା, ସୁରକ୍ଷିତ ଭାବେ ଶିଶୁକନ୍ୟା ଉଦ୍ଧାର

Published: Oct 10, 2020, 5:09 pm IST

ଭରତପୁର : ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ରାଜସ୍ଥାନର ଭରତପୁରର ଏକ ଘଟଣାରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ରୂପେ ପ୍ରତିପାଦିତ ହୋଇଛି ।  ଏଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକରେ ବସିଥିବା ବାପା-ମା’ଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ତାଙ୍କ କୋଳରେ ରହିଥିବା ଏକ ବର୍ଷର ଶିଶୁଟି ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି । ଏପରିକି କୌଣସି ପ୍ରକାରର ଆଘାତ ମଧ୍ୟ ହୋଇନାହିଁ ।

ମିଳିଥିବା ସୂଚନା ଅନୁସାରେ ଭରତପୁର ରୂପବାସ ରୋଡ୍‌ ନିକଟ ଜରେଲା ପେଟ୍ରୋଲ୍‌ ପମ୍ପ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରେଲର୍‌ ସହିତ ବାଇକର ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ସ୍ବାମୀ-ସ୍ତ୍ରୀ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମାତ୍ର ବାଇକ୍‌ରେ ରହିଥିବା 1 ବର୍ଷର ଶିଶୁ କନ୍ୟା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛି ।  ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଟ୍ରଲରରେ ଫସିଥିବା ମୃତ୍ୟଦେହକୁ ଉଦ୍ଧାର କରିଥିବାବେଳେ ଶିଶୁକନ୍ୟାକୁ ମଧ୍ୟ ଉଦ୍ଧାର କରିଛି । (ଏଜେନ୍ସି)

Related posts