ମୁମ୍ବାଇ : ବିଶ୍ବ ମହାମାରୀ କରୋନାର ମୁକାବିଲା ଲାଗି ସମେସ୍ତ ନିଜ ନିଜ ଚେଷ୍ଟାରେ ଅନ୍ୟମାନଙ୍କର ସାହାଯ୍ୟ କରୁଥିଲେ । ଅଭିନେତ୍ରୀ ଶିଖା ମାଲହୋତ୍ରା କରୋନା କାଳରେ ଜଣେ ନର୍ସ ରୂପେ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସେବା କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି ।
ଶିଖା ମାଲହୋତ୍ରା ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବବେଳେ ତାଙ୍କର କରୋନା ଚିକିତ୍ସା ଜାରି ରହିଛି । ସେ ନିଜର ଏକ ଫଟୋକୁ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ଅକ୍ସିଜେନ୍ର କମ୍ ଅନୁଭବ କରୁଛନ୍ତି ବୋଲି ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟ ସେମାନଙ୍କ ପାଇଁ କରିଛନ୍ତି, ଯେଉଁମାନେ କହୁଛନ୍ତି ଯେ, କରୋନା କିଛି ନୁହେଁ ।
ଶିଖା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କର ଶୁଭକାମନା ଓ ପ୍ରାର୍ଥନା ସହ ଗତ ଛ’ ମାସ ଧରି କରୋନା ଆକ୍ରାନ୍ତଙ୍କ ସେବାରେ ରହିଥିଲି । ଏବେ ଆପଣମାନଙ୍କ ପ୍ରାର୍ଥନାରେ ମୁଁ ବୁହତ ଶୀଘ୍ର ସୁସ୍ଥ ହେବ ବୋଲି କହିଛନ୍ତି ।
ଏବେ ପର୍ଯ୍ୟନ୍ତ କୌଣସି ଭ୍ୟାକିସିନ୍ ପ୍ରସ୍ତୁତ ହୋଇନାହିଁ । ସମେସ୍ତ ସମସ୍ତଙ୍କର ଧ୍ୟାନ ରଖ । ସାମାଜିକ ଦୂରତ୍ବ ପାଳନ କରିବା ସହିତ ମାସ୍କ ପିନ୍ଧିବା ଓ ହାତକୁ ବାରମ୍ବାର ଧୋଇବାକୁ ଯେପରି ନ ଭୁଲ୍ । ସେହିପରି ସାନିଟାଇଜରର ବ୍ୟବହାର କରନ୍ତୁ ବୋଲିକହିଛନ୍ତି ଶିଖା ।
ସୂଚନାଯୋଗ୍ୟ, ଅଭିନୟ ପୂର୍ବରୁ ଶିଖା ବର୍ଦ୍ଧମାନ ମହାବୀର ମେଡିକାଲ୍ କଲେଜ ଓ ନୂଆ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ 2014ରେ ନର୍ସିଂ କୋର୍ସ କରିଥିଲେ । କରୋନା ସମୟରେ ସେ ଭଲେଣ୍ଟିୟାର ନର୍ସ ରୂପେ ରୋଗୀଙ୍କ ସେବା କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ବିଏମ୍ସି ତରଫରୁ ଅନୁମତି ନେଇଥିଲେ ।