
ଭୁବନେଶ୍ୱର, ଯେଉଁମାନଙ୍କର ଆତ୍ମହତ୍ୟା ମାନସିକତା ଆସେ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଖୋଲିଲା ୨୪ ଘଣ୍ଟିଆ ନିଶୁଳ୍କ ଲାଇଫ୍ ଲାଇନ ନମ୍ବର। ପିପୁଲସ ଫୋରମ ସଂସ୍ଥା ତରଫରୁ ଏହି ସେବା ଆରମ୍ଭ କରାଯାଇଛି। ଯାହାର ନମ୍ବର ହେଉଛି
୧୮୦୦-୧୨୦-୨୨-୩୩୩୩
ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲୋକାର୍ପଣ କରିଛନ୍ତି ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର। ଏଥିରେ ପ୍ରଫେସର ନୀଳମାଧବ ରଥ, ଆଶ୍ରା ମୁମ୍ବାଇର ପ୍ରତିଷ୍ଠାତା ଜଙ୍କସନ ଥୋମାସ, ସିଷ୍ଟର ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀମତୀ କେତକୀସଙ୍ଗବି ଉଦ୍ଘାଟନ କରି ଆତ୍ମହତ୍ୟା ପ୍ରବଣ ବ୍ୟକ୍ତିମାନଙ୍କ ପାଇଁ ପରିବାର ଓ ବନ୍ଧୁମାନଙ୍କୁ ସ୍ନେହ ଏକ ସୁରକ୍ଷା କବଚ ବୋଲି ମତବ୍ୟକ୍ତ କରିଛନ୍ତି।