ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ତେଣ୍ଟା ମାଡରେ ଦୁଇ ମୃତ, ଛଅ ଆହତ

Published: Oct 11, 2020, 11:34 am IST

ବ୍ରହ୍ମଗିରି : ଦୁଇ ପରିବାର ମଧ୍ୟର ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ପରିବାର ମଧ୍ୟରେ ଚାଲିଥିବା ଝଗଡା ଯୋଗୁଁ ତେଣ୍ଟା ମାଡରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି । ମୃତକ ଦ୍ବୟ ହେଲେ କାଳିଆ ଭୋଇ,  ସୁରିଆ ଭୋଇ ।

ମିଳିଥିବା ସୂଚନା ଅନୁସାରେ ବ୍ରହ୍ମଗିରି ଥାନା ଡିମିରିଶେଣା ହରିଜନ ସାହିରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଗୁରୁତର ଛଅଜଣଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ପୁରୀକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି ।  ପାଣି ପାଇପ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ ହୋଇଥିବାର ସୂଚନା ରହିଛି ।

Related posts