ଆଜି ରାଜଧାନୀ ଭୁବନେଶ୍ବରରୁ 271 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 313

Published: Oct 12, 2020, 5:15 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2716ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 271କରୋନା ଆକ୍ରାନ୍ତଙ୍କ ମଧ୍ୟରେ 68 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 203 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ।

ରସୁଲଗଡ଼ରୁ 10 ଜଣ, ବରମୁଣ୍ଡା ଓ ଆଇଆରସି ଭିଲେଜରୁ 8ଜଣ ରହିଥିବାବେଳେ ନୟାପଲ୍ଲୀରୁ 9ଜଣ ସୁନ୍ଦରପଦାରୁ 6ଜଣ,ପାତ୍ରପଡ଼ାରୁ 7ଜଣ ରହିଛନ୍ତି ।

ସେହିପରି ଆଜି 313 ଜଣ ସୁସ୍ଥ ହୋଇଛନ୍ତି । ନୂତନ 271ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 735ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 22 ହଜାର 210ଜଣ ସୁସ୍ଥ ହୋଇଥିବାବେଳେ 119ଜଣଙ୍କର ମୃତ୍ୟୁ ହୋଇଛି । ଭୁବନଶ୍ବର ମହାନଗରରେ ଏବେବି 3 ହଜାର 385ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts